ନୟାଗଡ଼ ଜିଲ୍ଲାର ମାଳ ଅଞ୍ଚଳ ହୋଇପାରେ କରୋନା ର ,ହଟ୍ ସ୍ପଟ୍ !

ନୟାଗଡ଼ ଜିଲ୍ଲାର ମାଳ ଅଞ୍ଚଳ ହୋଇପାରେ କରୋନା ର ,ହଟ୍ ସ୍ପଟ୍ !

ନୟାଗଡ଼ ଜିଲ୍ଲାର ମାଳ ଅଞ୍ଚଳ ହୋଇପାରେ କରୋନା ର ,ହଟ୍ ସ୍ପଟ୍ !


ଦଶପଲ୍ଲା ରୁ ରତ୍ନାକର ହୋତାକଂ ରିପୋର୍ଟ:- 04/05/2021: 
 ନୟାଗଡ଼ ଜିଲ୍ଲାରେ କରୋନା ସ୍ଥିତି ଦିନକୁ ଦିନ ଜଟିଳ ହେଇ ଚାଲିଛି । ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବା ସହ ଜିଲ୍ଲାର ବହୁ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସରକାର ସୂଚନା ପ୍ରଦାନ କରିଛନ୍ତି । ନୟାଗଡ଼ ଜିଲ୍ଲାରେ ବହୁ ସକ୍ରିୟ ମାମଲା ରହିଥିବା ଜଣାଯାଇଛି । ଏହି ସକ୍ରିୟ ଆକ୍ରାନ୍ତମାନଙ୍କ ମଧ୍ୟରୁ ମାତ୍ର କିଛି ପ୍ରତିଶତ ରୋଗୀ ଚିକିତ୍ସା ପାଇଁ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ବହୁ ରୋଗୀ ଗୃହ ସଂଗରୋଧରେ ରହିଥିବା ଜଣାଯାଇଛି । ଗୃହ ସଂଗରୋଧରେ ରହୁଥିବା ରୋଗୀଙ୍କୁ ଆବଶ୍ୟକୀୟ ଚିକିତ୍ସା ସୁବିଧା ମିଳୁନଥିବା ଅଭିଯୋଗ ହେଉଛି ।କରୋନା ର  ଦ୍ୱିତୀୟ ଲହର ସହରାଞ୍ଚଳ ସମେତ ଗ୍ରାମାଞ୍ଚଳରେ ଅଧିକ ବ୍ୟାପୁଥିବାରୁ  ପରିସ୍ଥିତିକୁ ଭୟାବହ କରିବାର ଆଶଙ୍କା ସୃଷ୍ଟି ହେଉଛି ।କରୋନା ର ଦ୍ବୀତୀୟ ଲହର ଦଶପଲ୍ଲାର ମାଳ ଅଂଚଳ ରେ ବିଶେଷ ଅନୁଭୂତ ହେଉଥିବାରୁ,ମାଳ ଅଂଚଳ ରେ ଅଣାୟତ ପରିସ୍ଥିତି ସୃଷ୍ଟି ହେବ ବୋଲି ଅନୁମାନ କରାଯାଉଛି । ବିଶେଷ କରି ଦାଦନ ଶ୍ରମିକମାନେ, ଅନ୍ୟ ରାଜ୍ୟରୁ ଲୁଚି ଛପି ଆସି, ପରିସ୍ଥିତି କୁ ଗୁରୁତ୍ତର କରିବାର ସଂଭାବନା ସୃଷ୍ଟି ହେଉଛି । ଏ ସମ୍ପର୍କରେ ସ୍ଥାନୀୟ ସରପଂଚ ମାନଙ୍କୁ ପଚାରିଲେ, ସେମାନେ ଏହାକୁ ସ୍ବାସ୍ଥ୍ୟ ବିଭାଗର କାର୍ଯ୍ୟ କହି ଏଡାଇ ଯାଉଛନ୍ତି ।

Post a Comment

Please Select Embedded Mode To Show The Comment System.*

Previous Post Next Post