ସଟଡାଉନରେ ଅମାନିଆଙ୍କ ପାଇଁ ଭଦ୍ରକ ପୋଲିସ ତରଫରୁ କଡ଼ାକଡ଼ି କରାଯାଇଛି ଯାଞ୍ଚ ପ୍ରକିୟା !

ସଟଡାଉନରେ ଅମାନିଆଙ୍କ ପାଇଁ ଭଦ୍ରକ ପୋଲିସ ତରଫରୁ କଡ଼ାକଡ଼ି କରାଯାଇଛି ଯାଞ୍ଚ ପ୍ରକିୟା !

ସଟଡାଉନରେ ଅମାନିଆଙ୍କ ପାଇଁ ଭଦ୍ରକ ପୋଲିସ ତରଫରୁ କଡ଼ାକଡ଼ି କରାଯାଇଛି ଯାଞ୍ଚ ପ୍ରକିୟା !


ଭଦ୍ରକ: 30/05/2021(ରିପୋର୍ଟ :ସମୀର ମହାନ୍ତି):  କରୋନା ତାଣ୍ଡବରେ ଧରାଶାୟୀ ଏ ପୃଥିବୀ ପୃଷ୍ଠକରୋନାର ମୃତ୍ୟୁ ଆଗରେ କେହି ଛାଡ଼ ପାଉନାହାଁନ୍ତି | କିଏ ସେ ଗରିବ କିଏ ସେ ଧନୀ ସମସ୍ତେ ଫସୁଛନ୍ତି କରୋନାର ଜାଲରେ | ଜନତାଙ୍କ ଧନ ଜୀବନକୁ ଲକ୍ଷ୍ୟ ରଖି ଏନେଇ ରାଜ୍ୟ ସରକାରଙ୍କ ତରଫରୁ ନିଆଯାଇଛି କଠୋର ନିଷ୍ପତି| ପ୍ରଥମ 14 ଦିନ ଲକଡାଉନ ପରେ ପୁଣି 14 ଦିନ ଲକଡାଉନ କୁ ବୃଦ୍ଧି କରାଯାଇଛି ଆଉ ତା ସହ ଜାରି ରହିଛି ସପ୍ତାହନ୍ତ ସଟଡାଉନ | ଆଉ ଆଜି ରବିବାର ସପ୍ତାହନ୍ତ ସଟଡାଉନ ରହିଥିବାରୁ ଭଦ୍ରକ ସହର ଭିତରେ ଚାଲିଛି  ପୋଲିସର ଜୋରଦାର ଚେକିଂ|| ନାଇକାଣିଡିହି ଥାନାରୁ ବଦଳି ହୋଇ ନୂଆ କରି ଭଦ୍ରକ ସହରାଞ୍ଚଳ ଥାନାରେ ଯୋଗ ଦେଇଥିବା ଆଇଆଇସି ଉମାଶଙ୍କର ନାୟକଙ୍କ କାର୍ଯ୍ୟ ବେସ ପ୍ରଶଂସନୀୟ |ଭଦ୍ର ବ୍ୟବହାର ସହ  ଲୋକଙ୍କୁ କରୋନାର ସଚେତନତାର ବାର୍ତା ଦେବାକୁ ଆଦୌ ଭୁଲନ୍ତି ନାହିଁ | ଚେକିଂ ସମୟରେ ମାସ୍କ ପିନ୍ଧିବା ସହ ହାତକୁ ସାନିଟାଇଜ କରିବା ସହ ସାମାଜିକ ଦୂରତା ରଖିବାକୁ ନେଇ ଜନତାଙ୍କୁ ଦିଅନ୍ତି ପରାମର୍ଶ | ସଦା ସର୍ବଦା ହେଲମେଟ ପିନ୍ଧିବା ଏବଂ ଗାଡି ଚଲେଇବା ବେଳେ ମୋବାଇଲ ବ୍ୟବହାର ନକରିବାକୁ ଦିଅନ୍ତି ବାର୍ତା | ଆଜି ଏଇ ସଟଡାଉନରେ ଭଦ୍ରକ ସହର ଭିତରେ ଚେକିଂ ଚାଲୁଥିବା ବେଳେ ଏଭଳି ଦୃଶ୍ୟ ଆମ କ୍ୟାମରାରେ କଏଦ କରିଥିଲୁ |
       ସବୁପରେ ଅମାନିଆଙ୍କୁ ବୁଝେଇବା ସହ ସହ ଫାଇନ କାଟି ସତର୍କ କରୁଥିଲେ ଥାନାଧିକାରୀ ଉମାଶଙ୍କର ନାୟକ  |ନିଶ୍ଚିତଭାବେ ଆଗକୁ ଭଦ୍ରକ ସହରାଞ୍ଚଳ ଆଦର୍ଶ ଥାନାରେ ତାଙ୍କର କାର୍ଯ୍ୟ ଶୈଳୀ କେମିତି ରହୁଛି ତାହା ଦେଖିବାକୁ ବାକି ରହିଲା..!

Post a Comment

Please Select Embedded Mode To Show The Comment System.*

Previous Post Next Post