ବିପଦପୂର୍ଣ୍ଣ ବିଦୂତ ତାର, ବିଭାଗୀୟ ଅଧିକାରୀ ନିରବ !

ବିପଦପୂର୍ଣ୍ଣ  ବିଦୂତ ତାର, ବିଭାଗୀୟ ଅଧିକାରୀ ନିରବ !

ବିପଦପୂର୍ଣ୍ଣ  ବିଦୂତ ତାର, ବିଭାଗୀୟ ଅଧିକାରୀ ନିରବ !


ନୂଆଗାଁ : 30/05/2021(ରିପୋର୍ଟ : ନିରଞ୍ଜନ ସାହୁ):  ରାଜ୍ୟ ସରକାରଙ୍କ ଦ୍ଵାରା ଲୋକ ମାନଙ୍କ ପାଇଁ 24 ଘଣ୍ଟିଆ ବିଦ୍ୟୁତ ସେବା ଯୋଗାଇ ଦେବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । ନିତ୍ୟ ବ୍ୟବହୃତ ବିଦ୍ୟୁତ ସେବା ହୋଇଥିବାବେଳେ  ମହା ବିପଦ ସୃଷ୍ଟି କରିଥାଏ । ଏଣୁ ତଦାରଖ କରିବା ପାଇଁ ବହୁ କର୍ମଚାରୀ ନିୟୋଜିତଥିବା ସହ ପ୍ରତ୍ୟେକ ପଂଚାୟତରେ  ଜରୁରୀକାଳୀନ ନମ୍ବର ସହ  କର୍ମଚାରୀ ରହିଛନ୍ତି । ଏହି ସେବା କୁ ଆହୁରି ସ୍ୱଚ୍ଛତା ସହ ଡିଜିଟାଲ କରିବା ପାଇଁ ବିଭିନ୍ନ କମ୍ପାନୀ ମାନେ ଦାୟୀତ୍ୱ ନେଇଛନ୍ତି। କିନ୍ତୁ ତାହା ସିମିତ ରହିଛି କାଗଜପତ୍ରରେ | 

    ଏମିତିକା ଅଭିଯୋଗ ଆଣିଛନ୍ତି ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକ ର ଦୁରୁଦୁରା ପଂଚାୟତର ବାସିନ୍ଦା |  ପୂର୍ବ ସାହିଠାରୁ ସଙ୍କର ପଦା ରାସ୍ତା ର କିଛି ଦୁରରେ ଓହଳି ପଡିଛି ବିଦ୍ୟୁତ ତାର | ବିଲରେ କାମ କରୁଥିବା ଲୋକମାନେ ମଧ୍ୟ ବିପଦରେ | ବିଭିନ୍ନ ସମୟରେ ବିଭିନ୍ନ ଦୁର୍ଘଟଣା ଘଟିଛି । ଲୋକଙ୍କ ବହୁବାର ଅଭିଯୋଗ ସହ ବହୁଥର ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ମଧ୍ୟ ବିଦ୍ୟୁତ ବିଭାଗର ନିରବତା ଲୋକଙ୍କୁ ସନ୍ଦେହ ଘେରରେ ପକେଇଛି | ଏହି ବିଷୟରେ ବିଭାଗୀୟ ଜେଇ ଙ୍କୁ ଯୋଗାଯୋଗ କରିଥିଲୁ କିନ୍ତୁ ଫୋନ୍ ରିସିଭ କରିନାହାନ୍ତି । ଏଣୁ ବିଭାଗୀୟ ଅଧିକାରୀ ଏଥି ପ୍ରତି ଦୁଷ୍ଟି ଦେବାସହ ଗ୍ରାମବାସୀଙ୍କୁ ମରଣ ମୁହଁରୁ ରକ୍ଷାକରିବା ପାଇଁ ଗ୍ରାମବାସୀଙ୍କ ନିବେଦନ ।


Post a Comment

Please Select Embedded Mode To Show The Comment System.*

Previous Post Next Post