ଚଳିତ ବର୍ଷ ରାଜ୍ୟର ପ୍ରଥମ ଲକଡାଉନ : ଗଣିଆ ବଜାରରେ ଏହାର ପ୍ରଭାବ କିପରି ଥିଲା ଦେଖନ୍ତୁ !

ଚଳିତ ବର୍ଷ ରାଜ୍ୟର  ପ୍ରଥମ ଲକଡାଉନ : ଗଣିଆ ବଜାରରେ ଏହାର ପ୍ରଭାବ କିପରି ଥିଲା ଦେଖନ୍ତୁ !

ଚଳିତ ବର୍ଷ ରାଜ୍ୟର ପ୍ରଥମ ଲକଡାଉନ : ଗଣିଆ ବଜାରରେ ଏହାର ପ୍ରଭାବ କିପରି ଥିଲା ଦେଖନ୍ତୁ !


ଗଣିଆ : 05/05/2021(ରିପୋର୍ଟ : ମାନସ ରଞ୍ଜନ ଦାଶ): ନୟାଗଡ ଜିଲ୍ଲା ଗଣିଆରେ  କରୋନାର ଦ୍ୱିତୀୟ ତରଙ୍ଗକୁ ରୋକିବା ପାଇଁ ସରକାରଙ୍କ ଗାଇଡ଼ଲାଇନକୁ ମାନି ଚଳିତ ବର୍ଷର ପ୍ରଥମ ଲକଡାଉନ କିପରି ଥିଲା, ଆସନ୍ତୁ ଜାଣିବା | ଲୋକମାନେ ନିଜର ଅତ୍ୟାବଶ୍ୟକୀୟ ସାମଗ୍ରୀ କିଣିବା ପାଇଁ ଦୋକାନରେ ଭିଡ କରିଥିଲେ | ଗଣିଆ ପୋଲିସ ଜନସାଧାରଣଙ୍କୁ ମାସ୍କ ପିନ୍ଧିବାପାଇଁ ସଚେତନ କରିଛନ୍ତି | ସାମାଜିକ ଦୂରତା ଅନୁସରଣ କରି ନିଜ ନିଜର ସଉଦା କିଣିବା ପାଇଁ ସକାଳ 6 ଟାରୁ ଦିନ 12ଟା ପର୍ଯ୍ୟନ୍ତ ପରିବା, ମାଛ, ମାଂସ, ଫଳ ଦୋକାନ ଏବଂ ଗ୍ରୋସରୀ ଦୋକାନ ଖୋଲାଥିଲା | ଅମାନିଆଙ୍କୁ ତାଗିଦ କରିବାକୁ ଗଣିଆ ବଜାରର ମୁଖ୍ୟ ସ୍ଥାନମାନଙ୍କରେ ପୋଲିସ ସଜାଗ ଥିଲେ |

      ସୂଚନା ଅନୁସାରେ, ମେ 5 ରୁ 19 ପର୍ଯ୍ୟନ୍ତ ରାଜ୍ୟରେ କରୋନା କର୍ଫ୍ୟୁ ରହିବ, ସରକାରୀ ଏବଂ ବେସରକାରୀ ଅନୁଷ୍ଠାନ ବନ୍ଦ ରହିବ | କରୋନା ସଂକ୍ରମଣ ଶୃଙ୍ଖଳା ଭାଙ୍ଗିବା ପାଇଁ ରାଜ୍ୟ ସରକାର ଏକ ବଡ ପଦକ୍ଷେପ ନେଇଛନ୍ତି।  ମେ 5 ରୁ ମେ 19  ପର୍ଯ୍ୟନ୍ତ କରୋନା କର୍ଫ୍ୟୁ ଲାଗୁ କରିଛନ୍ତି ।  ଏହି ସମୟ ମଧ୍ୟରେ ରାଜ୍ୟରେ ଅତ୍ୟାବଶ୍ୟକ ସେବା ଜାରି ରହିବ। ସାରା ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି |  ପରିସ୍ଥିତି ଭୟଭୀତ ହେବା ପୂର୍ବରୁ ମଧ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ଯେ କରୋନା କର୍ଫ୍ୟୁ 5 ମଇରୁ 19 ମେ ପର୍ଯ୍ୟନ୍ତ ରହିବ।  ଏଥିପାଇଁ ସରକାରଙ୍କ ଦ୍ୱାରା ଏକ ଗାଇଡଲାଇନ ଜାରି କରାଯାଇଛି।  ଅତ୍ୟାବଶ୍ୟକ ସେବାଗୁଡିକ ଜାରି ରହିବ |

ଏହା ସହିତ ସମସ୍ତ ନିୟମକୁ କଡାକଡି ଭାବରେ ପାଳନ କରାଯିବ, ଯାହାଫଳରେ କରୋନା ଶୃଙ୍ଖଳା ଭାଙ୍ଗିପାରିବ | ଏହା ସହିତ ସ୍ୱାସ୍ଥ୍ୟ, ବିଦ୍ୟୁତ୍, ଟେଲିକମ୍, ଜଳ ଯୋଗାଣ, ପରିମଳ ଇତ୍ୟାଦି ସମସ୍ତ ଆବଶ୍ୟକୀୟ ସେବା ଜାରି ରହିବ |  ସିଭିଲ୍ ୱାର୍କ,  ଉଦ୍ୟାନ କୃଷି ଏବଂ କୃଷି ସ୍ଥାନ ଏବଂ ଅନ୍ୟାନ୍ୟ ପ୍ରକଳ୍ପ କାର୍ଯ୍ୟ ଜାରି ରହିବ ବୋଲି କ୍ୟାବିନେଟ୍ ନିଷ୍ପତ୍ତି ନେଇଛି।  ରାଜ୍ୟର ଶିକ୍ଷାନୁଷ୍ଠାନଗୁଡ଼ିକ ବନ୍ଦ ରହିବ। 

   ସରକାରଙ୍କ ଗାଇଡ଼ଲାଇନ ଅନୁସାରେ ମଧ୍ୟ ଗଣିଆ ବଜାରରେ ସମସ୍ତ କୃଷିକାର୍ଯ୍ୟ, ସିଭିଲ ୱାର୍କ ତଥା ଅନ୍ୟାନ୍ୟ ପ୍ରକଳ୍ପ କାର୍ଯ୍ୟ ଜାରି ରହିଥିଲା | ଏହି କାର୍ଯ୍ୟ ସଂଲଗ୍ନ ସମସ୍ତ ଦୋକାନ, ମେଡ଼ିସିନ ଷ୍ଟୋର ଖୋଲା ଥିଲା | ଚା'ଦୋକାନ, ସେଲୁନ, ବିୟୁଟି ପାର୍ଲର ଆଦି ଦୋକାନ ବନ୍ଦ ଥିଲା |

Post a Comment

Please Select Embedded Mode To Show The Comment System.*

Previous Post Next Post