ପୋଲିସ କୁ ଚକମା ଦେଇ କୋର୍ଟ ପରିସରରୁ ଚମ୍ପଟ ମାରିଲା କାର ଲୁଟେରା ।
ନୟାଗଡ : (ରିପୋର୍ଟ : ପ୍ରଦୀପ୍ତ କୁମାର ସାହୁ ): ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ଅଂଚଳରେ ଘଟିଥିବା କାର ଲୁଟ ଘଟଣାରେ ଗିରଫ ଅଭିଯୁକ୍ତ ନୟାଗଡ଼ କୋର୍ଟ ପରିସରରୁ ପୋଲିସ କୁ ଚକମା ଦେଇ ଫିଲ୍ମ୍ ଷ୍ଟାଇଲ ରେ ଚମ୍ପଟ୍ ମାରିଥିବାର ଜଣାପଡିଛି।
ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ଅଂଚଳରେ ଗତ ତା୧୪ ରିଖରେ ଏକ କାର ଲୁଟ ଘଟଣା ଘଟିଥିଲା।
କଟକ ନରସିଂହପୁର ରୁ ଏକ କାର ( ସ୍ୱିଫ୍ଟ ଡିଜା ୟାର ନ- ଓ. ଡି ୦୨ ଏ. ଏ ୮୭୭୧) କୁ ଲୁଟେରା ମାନେ ଭାଡା ରେ ଆଣି କାର ଡ୍ରାଇଭର କୁ ଲାହୁ ଲୁହାଣ କରି କାରଟିକୁ ନୂଆଗାଁ ଅଞ୍ଚ୍ଲାରେ ଲୁଟିନେଇଥିଲେ।ନୂଆଗାଁ ପୋଲିସ ର ତ୍ଵରିତ କାର୍ଯ୍ୟାନୁଷ୍ଠାନ ଯୋଗୁଁ ଲୁଟେରା ମାନେ କାରଟିକୁ ନେଇନପାରି ,ଆଦିବାସୀ ବହୁଳ ଜାକେଡ଼ା ଗ୍ରାମ ନିକଟସ୍ଥ ଏକ କାଜୁ ଜଙ୍ଗଲରେ ଛାଡ଼ି ପଳାଇଥିଲେ।ଯାହାକୁ କି ନୂଆଗାଁ ପୋଲିସ ତାପରଦିନ ତା ୧୫/୫ ରେ ଉଦ୍ଧାର କରି ଅନୁସନ୍ଧାନ ଜାରିରଖିଥିଲା।ବିଭିନ୍ନ ଦିଗରୁ ଅନୁସନ୍ଧାନ ପରେ ଶରଣକୁଳ ଥାନା ଅନ୍ତର୍ଗତ ପଞ୍ଚରିଡା ମାନପୁର ଗ୍ରାମର ଅନିଲ ମୁଦୁଲି ନାମକ ଯୁବକ ସଂପୃକ୍ତି ଥିବା ନେଇ ତାକୁ ଗିରଫ କରିଥିଲା।
ଗିରଫ ଅଭିଯୁକ୍ତ କୁ ତା ୧୯/୫ ବୁଧବାର ଦିନ ନୟାଗଡ଼ ଜିଲ୍ଲା ଓ ଦୌରାଜଜ କୋର୍ଟ ରେ ହାଜରା ନିମନ୍ତେ ଅଣାଯାଇଥିଲା।
ହେଲେ ଅଭିଯୁକ୍ତ ଅନିଲ କୋର୍ଟ ପରିସରରୁ ପୋଲିସ କୁ ଚକମାଦେଇ ଚମ୍ପଟ୍ ମାରିଥିବାର ଜଣାପଡିଛି।
ଅଭିଯୁକ୍ତ କୁ କୋର୍ଟ ହାଜରା ପାଇଁ ୩ ଜଣ ପୋଲିସ କର୍ମଚାରୀ ଆସିଥିବା ବେଳେ,ସେମାନଙ୍କ ହାତରୁ ଲୁଟେରା ଅଭିଯୁକ୍ତ କିପରି ଖସିପଲାଇଲା ତାକୁ ନେଇ ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି।
ନୂଆଗାଁ ଥାନା ଓ ନୟାଗଡ଼ ସଦର ଥାନା ପୋଲିସ କୋର୍ଟ ପରିସରରୁ ଚମ୍ପଟ୍ ମାରିଥିବା ଅଭିଯୁକ୍ତ ଅନିଲ କୁ ଖୋଜୁଥିବା ର ସୂଚନା ମିଳିଛି |
Tags:
Local news