ଜେଇ ସାଜିଛନ୍ତି ଠିକାଦାର : ରାସ୍ତା ଦୁର୍ବଳ ଜେଇ ସବଳ, ଲୋକେ ହେଉଛନ୍ତ କଲବଲ !

ଜେଇ ସାଜିଛନ୍ତି ଠିକାଦାର : ରାସ୍ତା ଦୁର୍ବଳ ଜେଇ ସବଳ, ଲୋକେ ହେଉଛନ୍ତ କଲବଲ !

ଜେଇ ସାଜିଛନ୍ତି ଠିକାଦାର : ରାସ୍ତା ଦୁର୍ବଳ ଜେଇ ସବଳ, ଲୋକେ ହେଉଛନ୍ତ କଲବଲ !


ନୂଆଗାଁ : 06/05/2021(ରିପୋର୍ଟ : ନିରଞ୍ଜନ ସାହୁ ): ଦିନ ଥିଲା ଗାଁ' ରୁ ଆରମ୍ଭ ହେଉଥିଲା ବିକାଶର ମୂଳଦୁଆ |ସେଥିପାଇଁ ବସୁଥିଲା ଗ୍ରାମସଭା ଓ  ପଲ୍ଲୀସଭା | ଗାଁ'ର ଉନ୍ନୟନ କାର୍ଯ୍ୟ ଗ୍ରାମକମିଟି ଦ୍ବାରା ନିଷ୍ପତି ହେଉଥିଲା | ଏବେ କିନ୍ତୁ ସେସବୁ ବନ୍ଦହୋଇ ଗ୍ରାମପଂଚାୟତ ଦାୟିତ୍ୱରେ ଥିବା ଜେଇଙ୍କ ନାମରେ କାର୍ଯ୍ୟାଦେଶ ଜାରି ହେଉଛି | ଏହାର ଉଦ୍ଦେଶ୍ୟ  ହେଲା ସରକାରୀ କର୍ମଚାରୀଙ୍କ ନାମରେ  କାର୍ଯ୍ୟାଦେଶ ରହିଲେ ଠିକ ଭାବେ କାମ ହୋଇପାରିବ |  କିନ୍ତୁ ରାଜ୍ୟ ସରକାରଙ୍କ ପକ୍ଷରୁ ମୋଟା ଅଙ୍କର ଦରମା ପାଉଥିବା ଏଭଳି କେତେକ ସରକାରୀ ବାବୁମାନଙ୍କୁ ଟଙ୍କା ଲୋଭ  ଛାଡୁନି । 

   ଏମିତିକା ଅଭିଯୋଗ ଆସିଛି ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକ ଅନ୍ତର୍ଗତ ଆଦିବାସୀ ବହୁଳ ପାରାଢିପୀ ପଂଚାୟତର ପୋକସୁଙ୍ଗା ଗ୍ରାମରେ | ଗ୍ରାମ ସଡ଼କରେ  ଲକ୍ଷ ଲକ୍ଷ ରାଜସ୍ବ ବିନିଯୋଗ କରାଯାଇ କଂକ୍ରିଟ ରାସ୍ତା ତିଆରି କରାଗଲା | ଏହି କାର୍ଯ୍ୟର ଦାୟିତ୍ୱରେ ଥିବା ଜେଇ ସୁଦିପ୍ତ କୁମାର ଲେଙ୍କାଙ୍କ ମତାମତ ପାଇଁ ବହୁ ଥର ଯୋଗାଯୋଗ କରାଯାଇଥିଲେ ମଧ୍ୟ ସମ୍ବବ ହୋଇ ପାରୁନି | ଶୁଣିବାକୁ ମିଳୁଛି ସେ ବ୍ଲକକୁ ପ୍ରାୟ ଆସନ୍ତି ନାହିଁ  |ଲୋକେ କୁହନ୍ତି ବ୍ଲକ ସମୟ ପରେ ବାବୁ ବ୍ଲକ ଆସନ୍ତି କାମ ସାରି ଯାଆନ୍ତି | ସେ ବ୍ଲକରେ ରହିବା ବଦଳରେ ନୟାଗଡ଼ ସହରରେ ରୁହନ୍ତି | 

ସାଧାରଣ ଲୋକଙ୍କ କିଛି କାମ ପଡ଼ିଲେ ଘର ଆଗରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରବାକୁ ପଡେ ବୋଲି କିଛି ଲୋକ କୁହନ୍ତି | ଏହି ଜେଇ ବାବୁ ଦିର୍ଘ ଦିନ ହେବ ତଥା ଆଠବର୍ଷ ରୁ ଉର୍ଦ୍ଧ ବର୍ଷ ହେବ ଗୋଟାଏ ବ୍ଲକ ରେ ରହିଆସୁଛନ୍ତି |ଫଳରେ ଦୁର୍ନୀତୀ କରିବାପାଇଁ ସୁଯୋଗ ପାଉଛନ୍ତି ବୋଲି ସାଧାରଣରେ ଚର୍ଚ୍ଚା ଜୋର  ହେଉଛି | ଏହି ବିଷୟରେ ବ୍ଲକ ଆସିଷ୍ଟାଣ୍ଟ ଇଂଜିନିୟରଙ୍କୁ ପଚାରିବାରୁ ସେ ମାଟି ଦୋଷ କହି ଅଭିଯୋଗକୁ ଏଡାଇ ଦେଇଛନ୍ତି | 

Post a Comment

Please Select Embedded Mode To Show The Comment System.*

Previous Post Next Post