ପୋଲିସ ସାମ୍ନାରେ ଥାନା ଭିତରେ ଚାପୁଡ଼ା ଚାପୁଡ଼ା ମାରିବା ପ୍ରସଙ୍ଗରେ ମାନବ ଅଧିକାର କମିଶନରେ ଅଭିଯୋଗ ଆଣିଲେ ଯୁବତୀ !
ଏକ ଯୁବକ ଓ ଯୁବତୀ ଙ୍କୁ ଚାପୁଡ଼ା ମାରିଲେ ମହିଳା
ପୋଲିସ ହେପାଜତରେ ଘଟିଲା ଏପରି ଏମାନବୀୟ କାଣ୍ଡ |
ନିଛିନ୍ତ କୋଇଲି ଥାନାରେ ପୋଲସ ତତ୍ୱାବଧାନ ରେ ଯନେକନିଜ ସ୍ୱାମୀ ଓ ଅନ୍ୟଜଣେ ଯୁବତୀଙ୍କୁ ଚାପୁଡ଼ା ମାରିବା ଘଟଣା କୁ ପ୍ରତିବାଦ କରି ଥାନା ଏସ ଆଇ ଓ ସାମ୍ବାଦିକ ଙ୍କ ନାମରେ ମାନବ ଅଧିକାର କମିଶନ ରେ ଓ ଥାନାରେ ଅଭିଯୋଗ ଆଣିଲେ ଯୁବତୀ | ସାମ୍ବାଦିକଙ୍କ ନାମରେ ମିଥ୍ୟା ଅଭିଯୋଗକୁ ନେଇ ସାମ୍ବାଦିକ ସଙ୍ଘର ଅସନ୍ତୋଷ |
କେନ୍ଦ୍ରାପଡ଼ା 12/05/2021(ରିପୋର୍ଟ : ପ୍ରତୀକ ମିଶ୍ର) - ଗତ କିଛି ଦିନ ତଳେ ନିଶ୍ଚିନ୍ତ କୋଇଲି ଥାନା ନିକଟରେ କେନ୍ଦ୍ରାପଡା ନିକିରେଇର ଗଗନ ପ୍ରଧାନ ନାମକ ଜଣେ ଯୁବକ ନିଜ ସ୍ତ୍ରୀ ଙ୍କୁ ଛାଡି ଅନ୍ୟ ଜଣେ ଯୁବତୀ ଙ୍କ ସହ ବୁଲୁଥିବା ବେଳେ ତାଙ୍କ ସ୍ତ୍ରୀ ଙ୍କ ଭାଇ ସେମାନଙ୍କୁ ଧରି ନିଶ୍ଚିନ୍ତ କୋଇଲି ନିକଟରେ ବାଡେଇଥିଲେ | ସେଠାରେ ନିଶ୍ଚିନ୍ତ କୋଇଲି ପୋଲିସ ପହଁଛି ଗଗନ ପ୍ରଧାନ ଓ ତାଙ୍କ ସହ ଥିବା ଯୁବତୀ ଙ୍କୁ ଉଦ୍ଧାର କରି ଥାନାକୁ ନେଇଥିଲା |କିନ୍ତୁ ଗଗନ ଙ୍କ ପୂର୍ବ ସ୍ତ୍ରୀ ସେଠାରେ ପହଂଚି ପୋଲସ ଏସ ଏଇ ମଧୁସ୍ମିତା ବେହେରା ଙ୍କ ଆଗରେ ହିଁ ଗଗନ ଙ୍କୁ ଓ ତାଙ୍କ ସହ ଥିବା ଯୁବତୀ ଙ୍କୁ ଚାପୁଡ଼ା ଉପରେ ଚାପୁଡ଼ା ମାରିଥିବା ଘଟଣା ର ଭିଡିଓ ଭାଇରଲ ହୋଇଥିଲା |
ତେଣୁ ଏ ନେଇ ଗଗନ ଓ ସେ ଯୁବତୀ ମାନବ ଅଧିକାର କମିଶନ ଓ ନିଜ ଥାନା ଅଧିକାରିଣୀ ମଧୁସ୍ମିତା ବେହେରା ଏବଂ ଓ ଟିଭି ସାମ୍ବାଦିକ. କଳିଙ୍ଗ ଟିଭି ସାମ୍ବାଦିକ ଓ ସମାଜ ର ସାମ୍ବାଦିକଙ୍କ ନାମରେ ମାନହାନିର ମୋକଦମl କରିଛନ୍ତି | ଦେଖନ୍ତୁ ଏହି ଭିଡ଼ିଓ, କଣ କହୁଛନ୍ତି ସେମାନେ |
ଏଠି ସିଧା ଶଳକ ପୋଲିସ ପ୍ରଶାସନର ଅପାରଗତା ସାମ୍ନାକୁ ଆସିଛି | ଏଠି ସାଧାରଣ ଲୋକ ଙ୍କ ମନରେ ପ୍ରଶ୍ନ ଉଠେ ଯେ ପୋଲିସ ର ଥାନା ଭିତରେ ପୋଲିସ କିପରି ନିଜ ଆଖି ଆଗରେ ଏଭାଲି ଏମାନବୀୟ କାଣ୍ଡ କୁ ପ୍ରଶୟ ଦେଲା??
ପୂର୍ବରୁ ମଧ୍ୟ ପୋଲିସ ହେପାଜତ ରେ ଥାନା ଭିତରେ ହାଜତ ମୃତୁ ଭଳି ଅଭିଯୋଗ ସାମ୍ନା କୁ ଆସିଛି |
ଏନେଇ ଜଣେ ବରିଷ୍ଠ ସାମ୍ବାଦିକ କଣ କହୁଛନ୍ତି ଶୁଣନ୍ତୁ |