ଓଡ଼ଗାଁରେ ମଣ୍ଡଳ ସ୍ତରୀୟ ମୌସୁମୀ କବିତା ଆସର
ଓଡଗାଁ : ତା୨୪/୬:(-ରିପୋର୍ଟ : ସନାତନ ମହାକୁଡ଼): ଆଜି ପବିତ୍ର ସ୍ନାନ ପୂର୍ଣ୍ଣିମା ଅବସରରେ ଓଡ଼ଗାଁର ଲୋକପ୍ରିୟ ସାହିତ୍ୟ ଅନୁଷ୍ଠାନ ଶ୍ରୀ ଶ୍ରୀ ରଘୁନାଥ ସାରସ୍ଵତ ସଂସଦ ଏହାର ପ୍ରଥମ ମୌସୁମୀ କବିତା ଆସର ଆୟୋଜନ କରିଥିଲା।କରୋନା କଟକଣାକୁ ଦୄଷ୍ଟିରେ ରଖି ଏହି କାର୍ଯ୍ୟକ୍ରମ ଭର୍ଚୁଆଲ୍ ମୋଡରେ କରାଯାଇଥିଲା।ଉକ୍ତ ଆସରରେ ମୁଖ୍ୟ ଅତିଥି ରୂପେ ଓଡ଼ିଶା ସାହିତ୍ୟ ଏକାଡେମୀର ଜିଲ୍ଲା ପ୍ରତିନିଧି ତଥା ଇଟାମାଟି ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ କୁମାର ନାୟକ, ସ୍ୱତନ୍ତ୍ର ଅତିଥି ଭାବେ ସ୍ଥାନୀୟ ସମ୍ବାଦ ସାହିତ୍ୟ ଘର ସଭାପତି ତଥା ବିଶିଷ୍ଟ ସମାଜସେବୀ କବି ଦିବାକର ନାୟକ, ସମ୍ମାନିତ ଅତିଥି ଭାବେ ଅନୁଷ୍ଠାନର ଉପସଭାପତି ଶରତଚନ୍ଦ୍ର ଷଡ଼ଙ୍ଗୀ, ପ୍ରହଲ୍ଲାଦ ବେହେରା, ସକ୍ରିୟ ସଭ୍ୟ ମନୋଜ କୁମାର ନାୟକ, ନିରଞ୍ଜନ ସାହୁ, ପ୍ରିୟଦର୍ଶନୀମହାପାତ୍ର,ମୋନାଲିସା କର,ମୁଖ୍ୟ ଉପଦେଷ୍ଟା ଲୋକନାଥ ମିଶ୍ର ପ୍ରମୁଖ ଯୋଗଦେଇଥିଲେ।ଏହି ଆସରରେ ଓଡ଼ଗାଁ ମଣ୍ଡଳର ଛତିଶିଜଣ ବିଶିଷ୍ଟ କବି କବୟିତ୍ରୀଙ୍କ ସମେତ ଜୀବନଜ୍ୟୋତି ଷଡ଼ଙ୍ଗୀ, ପିନାକୀ ପ୍ରିୟଦର୍ଶନୀ,ଆଶିଷ ରଞ୍ଜନ ଦାଶ, ତପନ କୁମାର ଷଡ଼ଙ୍ଗୀ, ଆସିତ୍ ରଞ୍ଜନ ଦାଶ ପ୍ରମୁଖ ବିଦ୍ୟାଳୟ ତଥା ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ମଧ୍ୟ ସ୍ୱରଚିତ କବିତାପାଠ କରିଥିଲେ।ଅନୁଷ୍ଠାନର ସହସମ୍ପାଦକ ଯଶୋବନ୍ତ ପଟ୍ଟନାୟକ ସ୍ୱାଗତଭାଷଣ ଓ ଅତିଥିପରିଚୟ ପ୍ରଦାନ ଏବଂ କବି ରାଜେନ୍ଦ୍ର କୁମାର ବିଶୋୟୀ ପ୍ରାରମ୍ଭିକ ସଂଗୀତ ଗାନ କରିଥିବା ବେଳେ ସମ୍ପାଦକ ଭାବଗ୍ରାହୀ ମହାପାତ୍ର ସମ୍ପାଦକୀୟ ବିବରଣୀ ପାଠ ସହ କବିତାଗୁଡିକୁ ସଂଯୋଜନା କରିଥିଲେ।ପରିଶେଷରେ କୋଷାଧ୍ୟକ୍ଷ ରଞ୍ଜନ କୁମାର ଦାଶ ଧନ୍ୟବାଦାର୍ପଣ କରିଥିଲେ।।ଦିବା ଦଶଟାରୁ ଗୋଟାଏ ପର୍ଯ୍ୟନ୍ତ ତିନିଘଣ୍ଟାଧରି ଚାଲିଥିବା ଏହି କାର୍ଯ୍ୟକ୍ରମକୁ ସଭାପତି ପଞ୍ଚାନନ ପଣ୍ଡା ସଫଳତାର ସହ ପରିଚାଳନା କରିଥିଲେ।
Tags:
Local news