ଅନଲାଇନ ସାହିତ୍ୟ ପତ୍ରିକା "ଶ୍ରେୟସୀ " ତରଫରୁ ବହୁଭାଷୀ କବିତା ଆସର !

ଅନଲାଇନ ସାହିତ୍ୟ ପତ୍ରିକା "ଶ୍ରେୟସୀ " ତରଫରୁ ବହୁଭାଷୀ କବିତା ଆସର !

ଅନଲାଇନ ସାହିତ୍ୟ ପତ୍ରିକା "ଶ୍ରେୟସୀ " ତରଫରୁ ବହୁଭାଷୀ କବିତା ଆସର ! ଅନଲାଇନ ସାହିତ୍ୟ ପତ୍ରିକା "ଶ୍ରେୟସୀ " ତରଫରୁ ବହୁଭାଷୀ କବିତା ଆସର !   କୋଲକାତା : 24/06/2021(ରିପୋର୍ଟ : ସନାତନ ମହାକୁଡ଼): ପୂର୍ବ ମେଦିନୀପୁରର ବାଲିସାଇରୁ ପ୍ରକାଶିତ ଅନ ଲାଇନ ପତ୍ରିକା "ଶ୍ରେୟସୀ" ତରଫରୁ ଆୟୋଜିତ ହୋଇଛି ଗୂଗଲ ମିଟରେ ବହୁଭାଷୀ କବିତା ପାଠର ଅସାର । ପତ୍ରିକାର ସମ୍ପାଦକ ବରୁଣ କୁମାର ଦାସଙ୍କ ସଞ୍ଚାଳନାରେ ଉକ୍ତ ଆସରରେ ଅର୍ଦ୍ଧ ଶତାଧିକ କବି ଆମନ୍ତ୍ରିତ ହୋଇ କବିତା ପାଠ କରିଥିଲେ । ବହୁଭାଷୀ ସାହିତ୍ୟର ମାହୋଲ ବେଶ ଉପଭୋଗ୍ୟ ଥିଲା । ଅଧ୍ୟାପକ ସୁରେନ କୁମାର ମହାପାତ୍ର  ସଂସ୍କୃତ ମନ୍ତ୍ର ପାଠ କରି  ଏଇ ଆସରର ଶୁଭ ସୂଚନା କରିଥିଲେ । ଓଡ଼ିଶାରୁ ଯୋଡ଼ି ହୋଇ ଥିଲେ ଜନପ୍ରିୟ କବୟିତ୍ରୀ ଏବଂ ଦୌନିକ ସମ୍ବାଦ ପତ୍ର "ଧ୍ଵନି ପ୍ରତିଧ୍ବନି"ର ସମ୍ପାଦିକା ସୈରିନ୍ଦ୍ରି ସାହୁ । ଅନ୍ୟ ଓଡ଼ିଆ କବିମାନଙ୍କ ମଧ୍ୟରେ ଥିଲେ କୋରାପୁଟରୁ ଅଧ୍ୟାପକ ରବି ଶତପଥୀ,ଭଦ୍ରକରୁ ସୌଭାଗ୍ୟ କୁମାର ମଲ୍ଲିକ ,ରାଉରକେଲାରୁ ସୁସ୍ମିତା ମହାପାତ୍ର ,ମୁମ୍ବାଇରୁ ପାରମିତା ଷଡ଼ଙ୍ଗୀ ,ଖୁରଧାରୁ ଦେବଯାନୀ ରାୟ ,ପଶ୍ଚିମ ମେଦିନୀପୁର ରୁ ତରୁଣ କୁମାର ଦାସ  , ନୟାଗଡ଼ରୁ ସନାତନ ମହାକୁଡ଼ ପ୍ରମୁଖ । ଫିରୋଜ କୁମାରଙ୍କ ସମ୍ବଲପୁରୀ କବିତା ଉପସ୍ଥିତ ସଭିଙ୍କ ମନ ଜୟ କରିପାରି ଥିଲା ।ହିନ୍ଦୀ ଭାଷାରେ କବି ଥିଲେ ତପେଶ ଭୌମିକ ,ରଜତ ସାନ୍ୟାଲ, ଧରମ ଦୁବେ  ଏବଂ ଗୋବିନ୍ଦ ପାଲ । ବଙ୍ଗଳା ଭାଷାରେ କବିତା ପାଠ କରିଥିଲେ ଅଜିତ କୁମାର ଜାନା ,ପ୍ରଣବ ଭଟାଚର୍ୟ୍ଯ, ସୁକୁମାର ଭୁଁୟା ,ରମଣୀ କାନ୍ତ ପାତ୍ର ପ୍ରମୁଖ । ଇଂରାଜୀ କବିତା ପାଠ କରିଥିଲେ ଝାଡ଼ଖଣ୍ଡ ଡ଼ି ଏ ଭି ସ୍କୁଲର ଅଧ୍ୟାପକ ପ୍ରଦୀପ୍ତ କୁମାର ଦାସ ,ନାଗାଲାଣ୍ଡରୁ ପ୍ରିୟ ରଞ୍ଜନ ଦାସ ଏବଂ ଛାତ୍ର କବି ଅମୀୟ କୁମାର ମଲ୍ଲିକ । ସଂସ୍କୃତ ଭାଷାରେ କବିତା ପାଠ କରିଥିଲେ ଅଧ୍ୟାପକ ଗଗନ କୁମାର ଦେ  । ଅନ ଲାଇନରେ ଏଇ ପ୍ରକାର କବିତା ଆସର ସାହିତ୍ୟ ପ୍ରେମୀମାନଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଥିଲା ।


କୋଲକାତା : 24/06/2021(ରିପୋର୍ଟ : ସନାତନ ମହାକୁଡ଼): ପୂର୍ବ ମେଦିନୀପୁରର ବାଲିସାଇରୁ ପ୍ରକାଶିତ ଅନ ଲାଇନ ପତ୍ରିକା "ଶ୍ରେୟସୀ" ତରଫରୁ ଆୟୋଜିତ ହୋଇଛି ଗୂଗଲ ମିଟରେ ବହୁଭାଷୀ କବିତା ପାଠର ଅସାର । ପତ୍ରିକାର ସମ୍ପାଦକ ବରୁଣ କୁମାର ଦାସଙ୍କ ସଞ୍ଚାଳନାରେ ଉକ୍ତ ଆସରରେ ଅର୍ଦ୍ଧ ଶତାଧିକ କବି ଆମନ୍ତ୍ରିତ ହୋଇ କବିତା ପାଠ କରିଥିଲେ । ବହୁଭାଷୀ ସାହିତ୍ୟର ମାହୋଲ ବେଶ ଉପଭୋଗ୍ୟ ଥିଲା । ଅଧ୍ୟାପକ ସୁରେନ କୁମାର ମହାପାତ୍ର  ସଂସ୍କୃତ ମନ୍ତ୍ର ପାଠ କରି  ଏଇ ଆସରର ଶୁଭ ସୂଚନା କରିଥିଲେ । ଓଡ଼ିଶାରୁ ଯୋଡ଼ି ହୋଇ ଥିଲେ ଜନପ୍ରିୟ କବୟିତ୍ରୀ ଏବଂ ଦୌନିକ ସମ୍ବାଦ ପତ୍ର "ଧ୍ଵନି ପ୍ରତିଧ୍ବନି"ର ସମ୍ପାଦିକା ସୈରିନ୍ଦ୍ରି ସାହୁ । 


ଅନ୍ୟ ଓଡ଼ିଆ କବିମାନଙ୍କ ମଧ୍ୟରେ ଥିଲେ କୋରାପୁଟରୁ ଅଧ୍ୟାପକ ରବି ଶତପଥୀ,ଭଦ୍ରକରୁ ସୌଭାଗ୍ୟ କୁମାର ମଲ୍ଲିକ ,ରାଉରକେଲାରୁ ସୁସ୍ମିତା ମହାପାତ୍ର ,ମୁମ୍ବାଇରୁ ପାରମିତା ଷଡ଼ଙ୍ଗୀ ,ଖୁରଧାରୁ ଦେବଯାନୀ ରାୟ ,ପଶ୍ଚିମ ମେଦିନୀପୁର ରୁ ତରୁଣ କୁମାର ଦାସ  , ନୟାଗଡ଼ରୁ ସନାତନ ମହାକୁଡ଼ ପ୍ରମୁଖ । ଫିରୋଜ କୁମାରଙ୍କ ସମ୍ବଲପୁରୀ କବିତା ଉପସ୍ଥିତ ସଭିଙ୍କ ମନ ଜୟ କରିପାରି ଥିଲା ।


ହିନ୍ଦୀ ଭାଷାରେ କବି ଥିଲେ ତପେଶ ଭୌମିକ ,ରଜତ ସାନ୍ୟାଲ, ଧରମ ଦୁବେ  ଏବଂ ଗୋବିନ୍ଦ ପାଲ । ବଙ୍ଗଳା ଭାଷାରେ କବିତା ପାଠ କରିଥିଲେ ଅଜିତ କୁମାର ଜାନା ,ପ୍ରଣବ ଭଟାଚର୍ୟ୍ଯ, ସୁକୁମାର ଭୁଁୟା ,ରମଣୀ କାନ୍ତ ପାତ୍ର ପ୍ରମୁଖ । ଇଂରାଜୀ କବିତା ପାଠ କରିଥିଲେ ଝାଡ଼ଖଣ୍ଡ ଡ଼ି ଏ ଭି ସ୍କୁଲର ଅଧ୍ୟାପକ ପ୍ରଦୀପ୍ତ କୁମାର ଦାସ ,ନାଗାଲାଣ୍ଡରୁ ପ୍ରିୟ ରଞ୍ଜନ ଦାସ ଏବଂ ଛାତ୍ର କବି ଅମୀୟ କୁମାର ମଲ୍ଲିକ । ସଂସ୍କୃତ ଭାଷାରେ କବିତା ପାଠ କରିଥିଲେ ଅଧ୍ୟାପକ ଗଗନ କୁମାର ଦେ  । ଅନ ଲାଇନରେ ଏଇ ପ୍ରକାର କବିତା ଆସର ସାହିତ୍ୟ ପ୍ରେମୀମାନଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଥିଲା ।

Post a Comment

Please Select Embedded Mode To Show The Comment System.*

Previous Post Next Post