ଗଣିଆ ଅଞ୍ଚଳରେ ବିନା ସୂଚନାରେ ବାରମ୍ବାର ବିଦ୍ୟୁତ କାଟ
ଗଣିଆ : 07/06/2021(ରିପୋର୍ଟ : ମାନସ ରଞ୍ଜନ ଦାଶ): ନୟାଗଡ ଜ଼ିଲ୍ଲା ର ଗଣିଆ ବ୍ଲକ ରେ ରାଜନୈତିକ ବ୍ୟକ୍ତି ବିଶେଷଙ୍କ ବୈମାତୃକ ମନୋଭାବ ଯୋଗୁଁ ଏଠାକାର ଅଧିବାସୀ ମାନେ ବିଭିନ୍ନ ଅସୁବିଧାର ସନ୍ମୁଖୀନ ହେଉଛନ୍ତି | ଗଣିଆ ଅଂଚଳର ଲୋକମାନଙ୍କର ମୁଖ୍ୟ ସମସ୍ୟା ହେଉଛି ବିଦୂତ କାଟ | ଗଣିଆ ଅଂଚଳର କାର୍ଯ୍ୟ କରୁଥିବା ଇଲେକ୍ଟ୍ରିକାଲ ଜେ. ଇ. କାର୍ଯ୍ୟାଳୟକୁ ଆସୁନଥିବା ଯୋଗୁଁ ବିଦ୍ୟୁତ କର୍ମଚାରୀ ମାନେ ମନ ଇଛା କାର୍ଯ୍ୟ କରୁଛନ୍ତି | ଯାହା ଫଳରେ ଗୋଟିଏ ଦିନରେ 7 ରୁ 8 ଥର ବିଦ୍ୟୁତ କାଟ ହେଉଛି | ସରକାରୀ ଧନକୁ ବିଦ୍ୟୁତ କର୍ମଚାରୀ ମାନେ ଆତ୍ମସାତ କରି ଘରେ ବସୁଥିବା ବେଳେ ଲୋକମାନେ ବିଦ୍ୟୁତ ଟିକେ ପାଇବା ପାଇଁ ଅସହ୍ୟ ଗରମ ରେ ଡହଳ ବିକଳ ହେଉଛନ୍ତି | ବର୍ତମାନ ସମୟରେ ଲକ ଡାଉନ ଚାଲିଥିବା ବେଳେ ଲୋକମାନେ ଘରୁ ବାହାରକୁ ବାହାରୁ ନଥିବା ଯୋଗୁଁ ବାରମ୍ବାର ବିଦ୍ୟୁତ କାଟ ଅସହ୍ୟ କରୁଛି |
Ads
ପ୍ରାପ୍ତ ସୂଚନାରୁ ଜଣାଯାଇଛି ଯେ କିଛି ଇନଭରଟର ବ୍ୟବସାୟୀ ମାନେ ଅଧିକ ବ୍ୟବସାୟ କରିବା ଉଦେଶ୍ୟ ରେ ବିଦ୍ୟୁତ ପରିଚାଳନା କରୁଥିବା କର୍ମଚାରୀଙ୍କୁ ମୋଟା ଅଙ୍କର ଅର୍ଥ ଦେଇ ବାରମ୍ବାର ବିଦ୍ୟୁତ କାଟିବା ପାଇଁ ପ୍ରବର୍ତ୍ତଉଛନ୍ତି | ଏହାର ଏକ ଜ୍ୱଳନ୍ତ ଉଦାହରଣ ପାଲଟିଛି ଆଡକତା ପଂଚାୟତ ର ଉପର ହଦପସି ଗ୍ରାମରେ | ଏହି ଗ୍ରାମରେ ଗୋଟିଏ 10kv ଏବଂ ଗୋଟିଏ 16kv ଟ୍ରାନ୍ସଫର୍ମର ବସିଥିବା ବେଳେ ବିଦ୍ୟୁତ କର୍ମଚାରୀଙ୍କ ଅବହେଳା ଯୋଗୁଁ 10kv ଟ୍ରାନ୍ସଫର୍ମର ର ତାର ଦୀର୍ଘ ଦିନ ଧରି ନଷ୍ଟ ହୋଇଯାଇଥିଲେ ମଧ୍ୟ ଗ୍ରାମବାସୀଙ୍କ ବାରମ୍ବାର ଅଭିଯୋଗ ସତ୍ୱେ ମରାମତି ହୋଇ ପାରୁନାହିଁ | ଏହି ଉପର ହଦପସି ଗ୍ରାମରେ 60ଗୋଟି ପରିବାର ବାସ କରୁଥିବା ବେଳେ ବିଦ୍ୟୁତ କର୍ମଚାରୀଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ 60ଗୋଟି ପରିବାର ଗୋଟିଏ 16kv ଟ୍ରାନ୍ସଫର୍ମର ରୁ ଚଳୁଛନ୍ତି ଯାହା ଫଳରେ ଲୋ ଭୋଲ୍ଟଜେ ର ସମସ୍ୟା ଦେଖା ଦେଉଛି | ଏଠାରେ ସାଧାରଣରେ ପ୍ରଶ୍ନ ଉଠୁଛି ଲୋକମାନେ ଉପଯୁକ୍ତ ବିଦୂତ ବିଲ ପୈଠ କରୁଥିବାବେଳେ ଉପଯୁକ୍ତ ବିଦୂତ ସେବା କାହିଁକି ପାଇ ପାରୁ ନାହାନ୍ତି | ଏଣୁ ଉପରିସ୍ଥ ଅଧିକାରୀ ଏ ଦିଗରେ ଦୃଷ୍ଟି ଦେଇ ତୁରନ୍ତ ଏହାର ସମାଧାନ କରାନଗଲେ ଆଗାମୀ ଦିନରେ ଜନ ଆନ୍ଦୋଳନ ସୃଷ୍ଟି ହେବ ବୋଲି ଉପର ହଦପସି ଗ୍ରାମ ବାସୀ ମାନେ ଚେତାବନୀ ଦେଇଛନ୍ତି |