ଭାରଚୁଆଲ ମାଧମରେ "ମଣିଷ ବ୍ୟତିରେକ" ର ଲୋକାର୍ପଣ ସମାରୋହ !
ନୟାଗଡ : 14/06/2021(ବ୍ୟୁରୋ): ଲେଖକ,ପାଠକ,ପ୍ରକାଶକ ସାମୁଖ୍ୟ ,ଓଡ଼ିଶା ତରଫରୁ ଆୟୋଜିତ ଭର୍ଚୁଆଲ କାର୍ଯ୍ୟକ୍ରମରେ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରୁ 500 ରୁ ଅଧିକ ସାହିତ୍ୟିକ, ସାହିତ୍ୟାନୁରାଗୀ ଯୋଗଦେଇଥିଲେ। ଏହି ସାରସ୍ୱତ କାର୍ଯ୍ୟକ୍ରମରେ କବି, ସାହିତ୍ୟିକ, ଦାର୍ଶନିକ ତଥା ମାନ୍ୟବର ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଙ୍କ ସଂପାଦିତ ପୁସ୍ତକ "ମଣିଷ ବ୍ୟତିରେକ" ଉନ୍ମୋଚିତ ହୋଇଥିଲା।
ପକ୍ଷୀଘର ର ସଂପାଦକ ଶ୍ରୀ ବନୋଜ ତ୍ରିପାଠୀଙ୍କ ସଂଯୋଜନାରେ ଆୟୋଜିତ ଏହି ପାଠକାର୍ପଣ ସମାରୋହକୁ
ଉଦଘାଟନ କରିଥିଲେ ଖ୍ୟାତନାମା ଲେଖିକା ପଦ୍ମଶ୍ରୀ ଡ.ପ୍ରତିଭା ରାୟ , ମୁଖ୍ୟ ଅତିଥି ଭାବେ ସମ୍ବାଦ ର ସଂପାଦକ ତଥା ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସୈ।ମ୍ୟରଂଜନ ପଟ୍ଟନାୟକ ଉପସ୍ଥିତ ଥିବାବେଳେ ପୁସ୍ତକର ସମୀକ୍ଷା କରିଥିଲେ କଥାକାର ଡ଼.ଅଜୟ ସ୍ୱ।ଇଁ ଏବଂ କଥାକାର ଡ.ଅରବିନ୍ଦ ରାୟ।