ଅବକାରୀ ସବ୍ ଇନ୍ସପେକ୍ଟର ଧନଂଜୟ ପାତ୍ର ଗିରଫ ଦାବୀ ରେ ଦଶପଲ୍ଲା ବ୍ଲକ୍ ଡିଜିଟାଲ ମିଡ଼ିଆ ଆସୋସିଏସନ ପିନ୍ଧିଲେ କଳାବ୍ୟାଚ୍
ଦଶପଲ୍ଲା : 28/06/2021(ରିପୋର୍ଟ : ରତ୍ନାକର ହୋତା): ନୟାଗଡ଼ ର ଦୁଇ କର୍ତ୍ତବ୍ୟ ରତ ସାମ୍ବାଦିକ କୁଂ ଦୁର୍ବ୍ୟବହାର ଓ ମାଡ଼ ମାରିଥିବା ଅବକାରୀ ସବ୍ ଇନ୍ସପେକ୍ଟର ଧନଂଜୟ ପାତ୍ର ଗିରଫ ଦାବିରେ ନୟାଗଡ ଜିଲ୍ଲା ସାମ୍ବାଦିକ ସଂଘ ର ଅହୋରାତ୍ର ୩ ଦିନ ଧରି ଚାଲିଥିବା ଧାରଣା ଗତକାଲି, ଜିଲ୍ଲାପାଳ କଂ ସରକାରୀ ଆବାସିକ କାର୍ଯ୍ୟାଳୟ ଠାରେ ସକାଳ ୮ ଟା ଠାରୁ ଆରମ୍ଭ ହୋଇଥିଲା ।ଏହି ବୈଠକରେ ଜିଲ୍ଲାର ସମସ୍ତ ବ୍ଲକ୍ ର ୨୦୦ ରୁ ଅଧିକ ସାମ୍ବାଦିକ ଯୋଗଦେଇ ଅଭ୍ୟାସ ଗତ ଦୁର୍ବ୍ୟବହାର କାରି ଅବକାରୀ ସବ୍ ଇନ୍ସପେକ୍ଟର ଧନଂଜୟ ପାତ୍ର କୁ ଗିରଫ କରିବାକୁ ଜୋର୍ ଦାର୍ ଦାବି କରିଥିଲେ । ନୟାଗଡ଼ ଜିଲ୍ଲାପାଳ ଏହି ଦାବି ପ୍ରତି କର୍ଣ୍ଣପାତ ନ କରିବା ଯୋଗୁଁ ଦିବା ୧ ଘଟିକା ସମୟେ ସମସ୍ତ ସାମ୍ବାଦିକ ମାନେ ଜିଲ୍ଲାପାଳ କଂ ଆବାସିକ କାର୍ଯ୍ୟାଳୟ କୁ ଧସେଇ ପଶିବା ପରେ ଜିଲ୍ଲାପାଳ ବାଧ୍ୟହୋଇ ସାମ୍ବାଦିକ କଂ ସାମ୍ନାକୁ ଆସି ସଂଧ୍ୟା ୫ ଘଟିକା ସମୟରେ ଏହାର ସମାଧାନ କରିବାକୁ କହିଥିଲେ । କିନ୍ତୁ ସଂଧ୍ୟା ୫ ଘଟିକା ସମୟେ ପ୍ରତିନିଧି ଦଳକଂ ସହିତ ହୋଇଥିବା ବୈଠକରେ , ଏହି ସମସ୍ୟାର ବିଚାର ଆସନ୍ତା ବୁଧବାର ପର୍ଯ୍ୟନ୍ତ ସ୍ଥଗିତ ରଖିବା ପ୍ରତିବାଦରେ ଆଜି ନୟାଗଡ଼ ଜିଲ୍ଲା ସମସ୍ତ ବ୍ଲକ୍ ର ସାମ୍ବାଦିକ କଂ ସମେତ ଦଶପଲ୍ଲା ବ୍ଲକ୍ ଡିଜିଟାଲ୍ ମିଡ଼ିଆ ଆସୋସିଏସନ ର ସଦସ୍ୟ ସର୍ବଶ୍ରୀ ସୁଶାନ୍ତ କୁମାର ସାହୁ, ରତ୍ନାକର ହୋତା, ଶ୍ରୀଧର ସାହୁ, ସଂଜିବ୍ ସାହୁ, ଜନ୍ମେଜୟ ଆଚାର୍ଯ୍ୟ, ସୁଜିତ ନାୟକ, ସୁବାଷ ବାରିକ୍ , ବ୍ରଜବିହାରୀ ରୂପ ,ପ୍ରମୋଦ ମହାନ୍ତି, ପ୍ରକାଶ ନାୟକ,ରଂଜନ ବରାଡ଼,ସତ୍ୟନାରାୟଣ ସାହୁ କଳାବ୍ୟାଚ୍ ପିନ୍ଧି ଏହାର ପ୍ରତିବାଦ କରିଥିଲେ ।
Tags:
Local news