କରୋନା ଉଜାଡି ଦେଲା ଜୀବନ ଜୀବିକା , ଦୁର୍ଦ୍ଦିନରେ ବାଉଁଶ କାରୀଗର
ଦଶପଲ୍ଲା :17/06/2021(ରିପୋର୍ଟ : ରତ୍ନାକର ହୋତା): କରୋନା ଉଜାଡି ଦେଲା ଜୀବନ ଜୀବିକା , ଏବେ ଦୁର୍ଦ୍ଦିନରେ କାଳାତିପାତ କରୁଛନ୍ତି ,ଦଶପଲ୍ଲା ବ୍ଲକ୍ ଟାକରା ଗ୍ରାମପଂଚାୟତ ର ୨୫ ଟି ବାଉଁଶ କାରିଗର ପରିବାର ।
ଦିନେ ଏମାନଙ୍କ ହାତ ତିଆରି ରଂଗ ବେରଂଗର ବାଉଁଶ ଟୋପି, ତଲେଇ, ଫୁଲ ତୋଳା, ଚାଂଗୁଡି, କୁଲା ଇତ୍ୟାଦି ଲୋକମାନକଂର ମନ ମୋହୁଥିଲା । ଗାଁ ଗାଁ ବୁଲି ଲୋକମାନଙ୍କୁ ଏହି ବାଉଁଶ କାରୀଗର ମାନେ ଏ ସବୁ ଜିନିଷ ବିକ୍ରୟ କରି ନିଜ ଜୀବିକା ନିର୍ବାହ କରିଥିଲେ । ତତ୍ ସଂଗେ ସଂଗେ ଓଡ଼ିଶାର ବିଭିନ୍ନ ପୂଜା, ମହୋତ୍ସବ, ମେଳଣ ଆଦିରେ ଏସବୁ ଜିନିଷ ବିକ୍ରି କରି ଭଲ ଦି ପଇସା ରୋଜଗାର କରି ନିଜ ଗୁଜୁରାଣ ମେଣ୍ଟାଉଥିଲେ । ବାଉଁଶ ହସ୍ତକଳାର ଜଣେ କାରୀଗର ପ୍ରକାଶ କୁହନ୍ତି , ସମ୍ବଲପୁର ର ଶୀତଳଷଷ୍ଠୀ, ଖଣ୍ଡଗିରି ମେଳା ,ବାଲିଯାତ୍ରା ,ହରିରାଜପୁର ମେଳଣ ,ବ୍ରହ୍ମପୁର ର ଠାକୁରାଣୀ ଯାତ୍ରା ଭଳି ବହୁ ମେଳା ମହୋତ୍ସବ ରେ ଆମେ ଏହି ବାଉଁଶ ତିଆରି ଜିନିଷ ବିକ୍ରି କରି ପରିବାର ପ୍ରତି ପୋଷଣ କରୁଥିଲୁ । କିନ୍ତୁ କରୋନା ଓ ଲକ୍ ଡାଉନ୍ ଯୋଗୁଁ କୈଣଷି ଗାଁ ଲୋକ ନିଜନିଜ ଗାଁ କୁ ଯିବାପାଇଁ ରୋକ୍ ଲଗାଇବା ଓ ମେଳା ମହୋତ୍ସବ ବନ୍ଦ ଯୋଗୁଁ ଆମେ ଜିନିଷ ତିଆରି ଓ ବିକ୍ରୀ ବଟା କରିନପାରି ଦିନେ ଖାଇଲେ ଦିନେ ଓପାସ ରେ ରହୁଛୁ । ତେଣୁ ବାଧ୍ଯ ହୋଇ କିଲେ ଦି କିଲ ଚାଉଳ ପାଇଁ ରାସ୍ତା କଡରେ ବସି , ଆମ୍ବ ,ପଣଷ , ଖଜୁରୀ କୋଳି ବିକି ନିଜ ପରିବାର ଚଳାଉଛୁ । ତେଣୁ ଆମେ ସରକାରଙ୍କୁ ଅନୁରୋଧ କରୁକି ,ଆମପାଇଁ କିଛି ବ୍ୟବସ୍ଥା କଲେ ଆମେ ଉପକୃତ ହୁଅନ୍ତୁ ।
Tags:
Local news