ଆରମ୍ଭ ହୋଇଯାଇଛି ୧୮ ରୁ ୪୪ ବର୍ଷ ମଧ୍ୟରେ ଟୀକା କରଣ କାର୍ଯ୍ୟକ୍ରମ ।
ନୂଆଗାଁ :23/06/2021(ରିପୋର୍ଟ - ଜିତେନ୍ଦ୍ର ମହାପାତ୍ର): ମହାମାରୀ କରୋନା କବଳରେ ସାରା ବିଶ୍ବ । କରୋନା ର କବଳରୁ ନିଜକୁ ରକ୍ଷା କରିବା ପାଇଁ ଅସ୍ତ ବ୍ୟସ୍ତ ହୋଇ ପଡ଼ିଛନ୍ତି ସାରା ବିଶ୍ଵ ର ଜନତା ଏବଂ ସରକାର । କରୋନା କବଳରୁ ଜନ ସାଧାରଣ ମାନଙ୍କୁ ସୁରକ୍ଷିତ ରଖିବା ନିମନ୍ତେ ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଯାଇଛି ଟିକା କରଣ ଅଭିଯାନ । ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଜି
ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ |
ଅନ୍ତର୍ଗତ ସୋରଡ଼ା ପଞ୍ଚାୟତ ଅଧୀନସ୍ଥ ଜଗନ୍ନାଥ ପ୍ରସାଦ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଆଜି ମାଗଣାରେ ୧୮ ରୁ ୪୪ ବର୍ଷୀୟ ଯୁବକ ଏବଂ ବ୍ୟକ୍ତି ମାନଙ୍କୁ କ ରୋ ନା ଟୀକା ପ୍ରଦାନ କରାଯାଇଛି । ସୂଚନା ଅନୁଯାୟୀ ପ୍ରଥମ ଦିନରେ ୧୧୦ ଜଣ ଲୋକଙ୍କୁ କରନା ଟୀକା ଦିଆ ଯାଇ ଥିବା ବେଳେ ଟୀକା ଦିଆ ଯିବାର ୩୦ ମିନିଟ ପର୍ଯ୍ୟନ୍ତ ବିଶ୍ରାମ ନେବା ବିଶ୍ରାମ ନେବା ନିମନ୍ତେ ଡାକ୍ତର ଟୀକା ଗ୍ରହଣ କାରି ମାନଙ୍କୁ ପରାମର୍ଶ ଦେଇଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ଏହି ଟୀକା ର କୌଣସି ପାର୍ଶ୍ଵ ପତିକ୍ରୀୟା ଅଛି କି ନାହିଁ ତାହା ତଦାରଖ କରା ଯାଇଥିଲା । ଏହି ପ୍ରଥମ ଦିନର ଟୀକା କେବଳ ୧୮ବର୍ଷ ବୟସରୁ ଉର୍ଦ୍ଧ ବୟସ୍କ ଉଭୟ ପୁରୁଷ ଏବଂ ମହିଳା ମାନଙ୍କୁ ଦିଆଯାଇଥିଲା । ଡାକ୍ତର , ସ୍ଵାସ୍ଥ୍ୟକର୍ମି ଓ ନର୍ସ ମାନଙ୍କ ଦ୍ଵାରା ଏହି ଟୀକା କାରଣ କାର୍ଯ୍ୟକ୍ରମ ର ପ୍ରଥମ ଦିନ ସୁଚାର ରୂପେ ପାଳନ ହୋଇଯାଇଥିଲା |
Tags:
Local news