ଧୂସୁରି ଜଳସେଚନ କାର୍ଯ୍ୟାଳୟଠାରେ ନୂତନ ବନ୍ୟା ନିରୀକ୍ଷଣ କକ୍ଷ ଏବଂ ଅତିଥି ବିଶ୍ରାମଗାରର ଶୁଭ ଉଦଘାଟନ

ଧୂସୁରି ଜଳସେଚନ କାର୍ଯ୍ୟାଳୟଠାରେ ନୂତନ ବନ୍ୟା ନିରୀକ୍ଷଣ କକ୍ଷ ଏବଂ ଅତିଥି ବିଶ୍ରାମଗାରର ଶୁଭ ଉଦଘାଟନ 

 

ଭଦ୍ରକ ରେ ବହୁ ପ୍ରତୀକ୍ଷିତ ଏବଂ ପୂର୍ବ ପ୍ରସ୍ତାବିତ ଭଦ୍ରକର ଗାନ୍ଧିଘାଟସ୍ଥ  ଧୂସୁରି ଜଳସେଚନ କାର୍ଯ୍ୟାଳୟଠାରେ ନୂତନ ବନ୍ୟା ନିରୀକ୍ଷଣ କକ୍ଷ ଓ ଅତିଥି ବିଶ୍ରାମଗାର ଭଦ୍ରକର ମାନନୀୟା ସାଂସଦ ଶ୍ରୀମତୀ ମଞ୍ଜୁଲତା ମଣ୍ଡଳଙ୍କ କର କମଳରେ କୋଭିଡ ଗାଇଡ଼ ଲାଇନ ଅନୁସାରେ  ଉଦ୍ଘାଘିତ ହୋଇଯାଇଛି । ଏହି ଉତ୍ସବରେ ସମ୍ମାନୀତ ଅତିଥି ଭାବେ ଓଡ଼ିଶା ଜଳସେଚନ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଇଂ ଜ୍ୟୋତିର୍ମୟ ରଥ, ମୁଖ୍ୟଯନ୍ତ୍ରୀ ଇଂ ଭକ୍ତ ଚରଣ ମହାନ୍ତି , ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ମୁକ୍ତିକାନ୍ତ ମଣ୍ଡଳ, ଧାମନଗରର ପଂଚାୟତ ସମିତି ଅଧ୍ୟକ୍ଷ ଶ୍ରୀଯୁକ୍ତ ଅଶୋକ କୁମାର ନାୟକ ଓ ଯାଜପୁର ଜଳସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀ ଇଂ ଧନେଶ୍ୱର ସାମଲ ଯୋଗ ଦେଇଥିଲେ । ପ୍ରକାଶ ଥାଉକି , ଧାମନଗର ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ମୁକ୍ତିକାନ୍ତ ମଣ୍ଡଳ ୨୦୧୬ ରେ ଧାମନଗରର ବନ୍ୟା ବିଭୀଷିକା କୁ ହୃଦବୋଧ କରି ବନ୍ୟା ନିୟନ୍ତ୍ରଣ ନିମନ୍ତେ କୋଚିଳା ବ୍ୟାରେଜ ଭଳି ଅନେକ ଗୁଡିଏ ପ୍ରସ୍ତାବ ଦେଇଥିଲେ, ସେଥିମଧ୍ୟରୁ ତା୯/୨/୨୦୧୬ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ବୈତରଣୀ ର ବାମ ପାର୍ଶ୍ଵ ବନ୍ଧର ସୁଧୃଢ଼ିକରଣ ସହ ଅନେକ ମୁଖ୍ୟ ପ୍ରକଳ୍ପ ଗୁଡ଼ିକ ର  ଉଦ୍ଘାଟନ ଓ ଶିଳାନ୍ୟାସ  ହୋଇଥିଲା । ଗାନ୍ଧିଘାଟ ଠାରେ ଗାନ୍ଧୀ ମନ୍ଦିର ଉଦଘାଟନୀ ଅବସରରେ ଓଡ଼ିଶାର ମାନ୍ୟବର ବାଚସ୍ପତି ଏବଂ ଅନ୍ୟାନ୍ୟ ବରେଣ୍ୟ ଅତିଥି ମାନଙ୍କ ଦ୍ୱାରା ତା ୧୮/୩/୨୦୧୮ ଦିନ  ଏହି ବନ୍ୟା ନିରୀକ୍ଷଣ କକ୍ଷ ଓ ଅତିଥି ବିଶ୍ରାମଗର ର ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଥିଲା । ଆଜି ତାହା ଉଦଘାଟିତ ହେଲା । ଏହା ପ୍ରଶାସନ ଓ ଜନସାଧାରଣଙ୍କ ମଧ୍ୟରେ ଖୁସୀର ଲହରୀ ଖେଳିଯାଇଛି । ଆଗାମୀ ଦିନରେ ମଧ୍ୟ ବହୁ ପ୍ରତୀକ୍ଷିତ  ବହୁମୁଖୀ କୋଚିଳା ବ୍ୟାରେଜ ଖୁବ ଶୀଘ୍ର ପ୍ରତିଷ୍ଠା ହେବ ବୋଲି ମନାନୀୟ ସାଂସଦ ଓ ସର୍ବୋଚ୍ଚ ଯନ୍ତ୍ରୀ ପ୍ରକାଶ କରିଥିଲେ। ଏହି ବ୍ୟାରେଜ ପ୍ରତିଷ୍ଠା ଫଳରେ ଧାମନଗର ଓ ଭଦ୍ରକର ଅନେକ ଅଞ୍ଚଳରେ ଜଳସେଚିତ ହୋଇପାରିବ । ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଶ୍ରୀ ରଘୁନାଥ ଲେଙ୍କା, ପ୍ରଦୀପ ମଲ୍ଲିକ, ହରେକୃଷ୍ଣ ପାଢ଼ୀ, ସୁଶାନ୍ତ କୁମାର ନାୟକ, ସାଂସଦ ଙ୍କ ପ୍ରତିନିଧି ନାରାୟଣ ଚନ୍ଦ୍ର ସାହୁ,ଉମେଶ ମହାନ୍ତି, ସୁରଥୀ ନାୟକ, ଭାରତ ବିଜୟ ଦଳେଇ, ଅଶ୍ୱିନୀ ସାମଲ , ସୁଶାନ୍ତ ପଣ୍ଡା, ଭାନୁ ପ୍ରକାଶ ପଲାଇ, ଶରତ ମହାନ୍ତି, ବିଦ୍ୟାଧର ରାଉତ, କୃଷ୍ଣଚନ୍ଦ୍ର ଜେନା, ସୁଶାନ୍ତ ରାଉତ, କିଷାନ ରାଉତ, ପ୍ରଦୀପ ମହାପାତ୍ର, ରଘୁନାଥ ପଣ୍ଡା, ପ୍ରଦୀପ କୁମାର ପଣ୍ଡା, କନିଷ୍ଠ ଯନ୍ତ୍ରୀ କିଶୋର ଚନ୍ଦ୍ର ଦାସ ପ୍ରମୁଖ ଯୋଗ ଦେଇଥିଲେ।

Post a Comment

Please Select Embedded Mode To Show The Comment System.*

Previous Post Next Post