ବରିଷ୍ଠ ଆଇନଜୀବିଙ୍କ କରନାରେ ପରଲୋକ !
ଟିକାବାଲି,ତା-୮\୬;( ରିପୋର୍ଟ : ସଂଜୀବ ଦିଗାଲ): ଜି.ଉଦୟଗିରିର ବରିଷ୍ଠ ଆଇନଜୀବି ଶରତ ଚନ୍ଦ୍ର ଭୋଇଙ୍କ କଟକ ସ୍ଥିତ ଷ୍ଟାର ହସପିଟାଲରେ କରୋନାରେ ଚିକିତ୍ସିତ ଅବସ୍ଥାରେ ହୃଦଘାତରେ ପରଲୋକ ହୋଇଯାଇଛି। ତାଙ୍କର ମୃତ୍ୟୁ ବେଳକୁ ୬୯ବର୍ଷ ହୋଇଥିବା ଜଣାପଡିଛି। ସେ ଜି.ଉଦୟଗିରି କୋର୍ଟରେ ଓକିଲାତି ଭାବରେ କାର୍ଯ୍ୟ ଆରମ୍ବ କରି ପରବର୍ତ୍ତୀ ସମୟରେ ସରକାରୀ ଓକିଲ ଏବଂ ବିଚାରପତି ମଧ୍ୟ ରହିଥିଲେ ।
ତାଙ୍କର ଶେଷକୃତ୍ୟ କଟକ ସ୍ଥିତ ସତିଚୌରା ସ୍ମଶାନରେ କରାଯାଇଥିବା ଜଣାପଡିଛି।ତାଙ୍କର ଜ୍ୟେଷ୍ଠ ପୁତ୍ର ଅମିତ କୁମାର ଭୋଇ ମୁଖାଗ୍ମି ଦେଇଥିଲେ।ଶ୍ରୀ ଭୋଇଙ୍କ ଅନ୍ତେଷ୍ଟିକ୍ରିୟା କଟକ ମୁନିସିପାଲଟି ଦ୍ବାରା ସଂପାଦନା କରିଥିବା ବେଳେ କର୍ମଚାରି ଉପସ୍ଥିତି ଥିବା ସହ ତାଙ୍କ ସ୍ତ୍ରୀ ଆଡଭକେଟ ବିଜିୟଲଷ୍ମୀ ଭୋଇ, ତାଙ୍କ ବଡପୁଅ ଅମିତ କୁମାର ଭୋଇ ଏବଂ ପରିବାରର ସଦସ୍ୟ ଉପସ୍ଥତ ଥିଲେ। ଶ୍ରୀ ଭୋଇଙ୍କ ମୃତ୍ୟୁରେ ଜି.ଉଦୟଗିରି ଓକିଲ ସଂଘ ଗଭୀର ଦୁଃଖବ୍ୟକ୍ତ କରିବା ସହ ଅଞ୍ଚଳରେ ମଧ୍ୟ ଜଣେ ପୂରୁଖା ଆଇନଜୀବିଙ୍କୁ ହରାଇ ଶୋକର ଛାୟା ଖେଳିଯାଇଛି।ସେ ଜଣେ ଉତ୍ତମ ସ୍ବାଭାବ ଏବଂ ପର ଉପକାରି ବ୍ୟକ୍ତି ଥିଲେ |
Tags:
Local news