କୋରନାରେ କବଳିତ ପୁଅର ଜୀବନ ପାଇଁ ଭିକ ମାଗୁଛି ମାଆ !
ଭଦ୍ରକ,୦୭/୦୬/୨୦୨୧:(ରିପୋର୍ଟ : ସମୀର ମହାନ୍ତି): ମା -ପୁଅ ର ମଧୁର ସଂପର୍କ ପରି ଦୁନିଆ ର ଆଉ କୌଣସି ସମ୍ପର୍କ ନାହିଁ। ମା କୁହେ ମୋ ପୁଅ ଖାଇଲେ ମୋ ପେଟ ପୁରିଯାଏ। ମା ସବୁ ବେଳେ ତା ପିଲା ର ମଙ୍ଗଳ ଚାହେଁ। ଦରକାର ପଡ଼ିଲେ ପୁଅ ପାଇଁ ଭିକ ମାଗିବାକୁ ପଛାଏ ନାହିଁ। ଆଜି ଗୋଟିଏ ମା କାନ୍ଦୁଛି ଓ ଭିକ ମାଗୁଛି ତା ଇଂଜିନିୟର ପୁଅ ର ଜୀବନ ପାଇଁ। ଭଦ୍ରକ ର ଯୁବ ଇଂଜିନିୟର ଅଭିଷେକ ମହାପାତ୍ର କୋରନା ରେ କବଳିତ ହୋଇ ଆଜି ମୃତ୍ୟୁ ମୁଖରେ ପଡିଥିବା ବେଳେ ତା ଜୀବନ ବଞ୍ଚାଇବା ପାଇଁ ତାଙ୍କ ମା ମାଗୁଛନ୍ତି ଭିକ।
Ads
ଇଂଜିନିୟର ଅଭିଷେକ ଗତ ମାସ ମେ ୫ ତାରିଖ ରେ ବିବାହ କରିଥିଲେ। ବାହାଘର ର କେଇଟା ଦିନ ଯାଇନି ସେ କୋରନା ରେ ଆକ୍ରାନ୍ତ ହୋଇଥିଲେ। ଦୀର୍ଘ ୨୨ ଦିନ ହେବ ଭୁବନେଶ୍ୱର ର ଏକ ଘରୋଇ ମେଡିକାଲ୍ ରେ ଚିକିତ୍ସା ହେଉଥିଲେ। କୋରନା ରେ ଆକ୍ରାନ୍ତ ହୋଇ ଦିନ କୁ ଦିନ ତାଙ୍କ ଅବସ୍ଥା ଜଟିଳ ହେଉଥିବା ବେଳେ ଡାକ୍ତର ତାଙ୍କୁ କଲିକତା ର ଏକ ଘରୋଇ ହସ୍ପିଟାଲ କୁ ସ୍ଥାନାନ୍ତର କରିବାକୁ କହିଛନ୍ତି। ଡାକ୍ତର ଙ୍କ କହିବା ଅନୁଯାୟୀ ପାଖାପାଖି ୧କୋଟି ଟଙ୍କା ଆବଶ୍ୟକ ଥିବାବେଳେ ଏକ ମଧ୍ୟବିତ ପରିବାର ଏତେ ଟଙ୍କା କେଉଁଠାରୁ ଆଣିବେ ବୋଲି ଭାବି ବାପା,ମା ଆଜି ଭାଙ୍ଗିପଡିଛନ୍ତି। ଏତେ ପଇସା କେଉଁଠାରୁ ଆସିବ ବୋଲି ଭାବି ମା କାନ୍ଦି କାନ୍ଦି ସୋସିଆଲ ମିଡ଼ିଆ ରେ ଭିକ ମାଗୁଛନ୍ତି। ମନ ରେ ଆଶା କାଳେ କାହା ସାହାଯ୍ୟ ପାଇ ତାଙ୍କ ପୁଅ ବଞ୍ଚିଯିବ। ସତରେ ଏହି ମହାମାରୀ କୋରଣା କେତେ ଜଣ ଙ୍କୁ ଦୁଃଖ ଦେଉଛି ତାହା ଭାବିବା ଅତି କଷ୍ଟସାଧ୍ୟସାଧ୍ୟ ଅଟେ |