ନାବାଳିକା ବେବି ହତ୍ୟା ଘଟଣା,
ସାଗରକୁ ରିମାଣ୍ଡ ରେ ନେଲା ପୋଲିସ ।
ଦଶପଲ୍ଲା :18/06/2021(ରିପୋର୍ଟ : ରତ୍ନାକର ହୋତା): ନୟାଗଡ ଜିଲ୍ଲା ଦଶପଲ୍ଲା ବ୍ଲକ ବାଣିଗୋଛା ଥାନା ଅନ୍ତର୍ଗତ ଧୁନ୍ଦୁଗାଡିଆ ଗ୍ରାମର ନା-ବାଳିକା ବେବି ହତ୍ୟା ଘଟଣା ରେ ପୋଲିସ ଅଭିଯୁକ୍ତ ସାଗର ଦଳେଇକୁ ଗିରଫ କରି କୋର୍ଟ ଚାଲାଣ କରିଛି । ପରେ ସାଗର କୂ ନୟାଗଡ ଜେଲ କୂ ପଠାଇ ଦିଆଯାଇଛି । ମାତ୍ର ଅଧିକ ତଦନ୍ତ ପାଈଁ ପୋଲିସ ପକ୍ଷରୁ ସାଗର କୂ ରିମାଣ୍ଡ ରେ ନେବା ପାଈଁ କୋର୍ଟ ରେ ଦରଖାସ୍ତ କରାଯିବା ପରେ କୋର୍ଟ ସାଗର କୂ ରିମାଣ୍ଡ ରେ ନେବା ପାଈଁ ୩ ଦିନ ସମୟ ଦେଇଥିବା ସରକାରୀ ଓକିଲ ଅମୀୟ ପଟନାୟକ ଙ୍କ ଠାରୁ ସୁଚନା ମିଳିଛି । ଏହି ଘଟଣା ସମ୍ପର୍କ ରେ ନୟାଗଡ ଏସପି ସିଧାର୍ଥ କଟାରିୟା ସାମ୍ବାଦିକ ସମ୍ମିଳନୀ କରି ଘଟଣା ସମ୍ପର୍କ ରେ ପ୍ରକାଶ କରିବା ସହ ବେବି କୂ ଦୁସ୍କର୍ମ ପରେ ହତ୍ୟା କରାଯାଇଥିବା ପ୍ରକାଶ କରିଛନ୍ତି । ଅନ୍ୟ ପାର୍ଶ୍ୱରେ ମୋବାଇଲ ହିଁ ସାଗର ପାଈଁ କାଳ ହୋଇଛି । ମୋବାଇଲ ପାଈଁ ବେବି ର୍ ମୃତ୍ୟୁ ହୋଇ ଥିବା ବେଳେ ସେହି ମୋବାଇଲ ପାଈଁ ସାଗର କୁ ଜେଲ ଯିବାକୁ ପଡ଼ିଛି । କାରଣ ହତ୍ୟା ଘଟଣା ଘଟାଇବା ପରେ ସଦା ସର୍ବଦା ପୋଲିସ ଓ ଗଣମାଧ୍ୟମ ପ୍ରତିନିଧି ଙ୍କୁ ଚକମା ଦେଇ ଆସୁଥିଲା ସାଗର । ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ବେବି କୂ ଦୁସ୍କର୍ମ ପରେ ହତ୍ୟା କରି ସାରିବା ପରେ ସାଗର କିଛି ନ ଜାଣିବା ପରି ଅଭିନୟ କରିଥିଲା । ଏପରିକି ପୋଲିସ ଏବଂ ଗଣ ମାଧ୍ୟମ ପ୍ରତିନିଧି ମାନେ ଯେତେବେଳେ ଧୁନ୍ଦୁଗାଡ଼ି଼ଆ ଗ୍ରାମରେ ପହଂଚି ବେବି ର୍ ଫୋଟୋ ଖୋଜିଥିଲେ ସେ ସମୟରେ ସାଗର ମୋବାଇଲ ରୁ ହିଁ ପୋଲିସ ଏବଂ ଗଣ ମାଧ୍ୟମ ପ୍ରତିନିଧି ମାନଙ୍କ ପାଖକୁ ସାଗାର ତା ମୋବାଇଲ ରୁ ବେବିର୍ ଭଲ ଫୋଟୋ ସେୟାର କରିଥିଲା । ଯାହାକି ପରବର୍ତୀ ସମୟ ରେ ସାଗର କୂ ପୋଲିସ ସନ୍ଦେହ ଘେରକୁ ନେଇଥିବା ବେଳେ ପଚରା ଉଚରା ପାଈଁ ସାଗର ସହ ତା ସାନ ଭାଇକୁ ଉଠାଇ ଆଣିଥିଲା । ଶେଷରେ ପୋଲିସ ବେବି ଘଟଣା ଉନ୍ମୋଚନ କରିବାରେ ସଫଳ ହୋଇଥିବା ବେଳେ ସାଗର କୂ ଗିରଫ କରି ଜେଲ କୂ ପଠାଇଛି ।
ବେବି ର୍ ମୃତ ଶବ ମିଳିବା ଏବଂ ଦୁସ୍କର୍ମ ପରେ ବେବିକୁ ସେହି ଗ୍ରାମର ସାଗର ମାରିଥିବା ଜଣା ପଡ଼ିବା ପରେ ଏବେ ସାଗର ପରିବାର ଉପରେ ପ୍ରତିଶୋଧ ନେବା ପାଈଁ ବେବି ର୍ ପିତା ଓ ସମ୍ପର୍କୀୟ ମାନଙ୍କ ମଧ୍ୟରେ ଦିନକୁ ଦିନ ଅସନ୍ତୋଷ ବଢ଼ିବାରେ ଲାଗିଛି। କୌଣସି ସମୟରେ ପୁଣି ଉଭୟ ପରିବାର ମଧ୍ୟରେ ସଂଘର୍ଷ ହୋଇପାରେ । ଏହା କୂ ନେଇ ସାଗର ର୍ ଭାଇ ମାନେ ଭୟଭୀତ ଅବସ୍ଥାରେ ଥିବା ବେଳେ ଉଭୟ ପରିବାର ମଧ୍ୟରେ ଶାନ୍ତି ଫେରାଇବା ପାଈଁ ଗ୍ରାମବାସୀଙ୍କ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି । ଏହାକୁ ନେଇ ଗ୍ରାମ ରେ ଶାନ୍ତି କମିଟି ଗଠନ କରାଯିବ ବୋଲି ନୂଆଗାଁ ପଂଚାୟତର୍ ପୂର୍ବତନ ସରପଞ୍ଚ ତଥା ସେହି ଗ୍ରାମର ରାମ ଭରସା ନାୟକ ପ୍ରକାଶ କରି ଥିବା ବେଳେ ଏହା ଉପରେ ପୋଲିସ ନଜର ରଖିଛି ।
Tags:
Local news