ମୌଳିକ ସୁବିଧାରୁ ବଞ୍ଚିତ ମାଳାସପଦର ଗ୍ରାମବାସୀ ରାଜରାସ୍ତକୁ ଓଲ୍ହାଇବାକୁ ପ୍ରସ୍ତୁତି !
ଗଣିଆ:(ମାନସ ରଞ୍ଜନ ଦାଶ): ନୟାଗଡ ଜିଲ୍ଲା ଗଣିଆ ବ୍ଲକ ର ବଡ଼ସିଲିଗାଁ ଗ୍ରାମ ପଚାୟତ ର ମଳାସପଦର ଗ୍ରାମ | ସ୍ୱାଧୀନତାର ସାତ ଦଶନ୍ଧି ପରେ ବି ମୌଳିକ ସୁବିଧାରୁ ବଞ୍ଚିତ ଗ୍ରାମବାସୀ | ଏପରିକି ଗମନାଗମନ ଓ ପାନୀୟ ଜଳ ଏହି ଗ୍ରାମ ପାଇଁ ସପନ ହୋଇ ଯାଇଛି | ରାସ୍ତା ନଥିବାରୁ ଯାତାୟତ ପାଇଁ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ | ଗାଁ 'ରେ କାହାର ଦେହ ଖରାପ ହେଲେ ଲୋକମାନେ ରୋଗୀକୁ ଡୋଲାରେ ବୋହିକି ନିଅନ୍ତି |ପାଣି ସମସ୍ୟାତ ଆହୁରି ଜଟିଳ | ସରକାର ପାନୀୟ ପ୍ରକଳ୍ପ ପାଇଁ କୋଟି କୋଟି ଟଙ୍କା ରାଜସ୍ୱ ବିନିଯୋଗ କରୁଥିଲେ ମଧ୍ୟ, ଏହି ଗ୍ରାମ ପାଇଁ କୋଣସି ପ୍ରଶାସନ କିମ୍ବା ରାଜନେତାମାନଙ୍କର ନଜର ନାହିଁ | କେଵଳ ନିର୍ବାଚନ ଆସିଲେ ଲୋକମାନଙ୍କୁ ମିଛ ପ୍ରତିଶୃତି ଦେଇ ହାତେଇ ନିଅନ୍ତି ଭୋଟ | କିନ୍ତୁ ଭୋଟ ସରିଲେ ଯେଉଁ ତିମିରକୁ ସେହି ତିମିରେ | ନା ମନେପଡେ ଏହି ଗାଁ ରେ ଦେଇଥିବା ପ୍ରତିଶୃତି ନା ଅସହାୟ ଗାଁ ଲୋକଙ୍କ ଅସୁବିଧା | ଏହିପରି ଅନେକ ଅଭିଯୋଗ ନେଇ ରାଜରାସ୍ତାକୁ ଓଲ୍ହାଇକୁ ପ୍ରସ୍ତୁତି ହେଉଛନ୍ତି ମଲାସପଦର ଗ୍ରାମର ଜନସାଧାରଣ |