ହର ଘର ତ୍ରିରଙ୍ଗା କାଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ଜନ ସଚେତନତା
ଗଣିଆ -( ମାନସ ରଞନ ଦାସ )ଆଜାଦି କି ଅମୃତ ମହୋତ୍ସବ ଓ ହର ହର ଘର ତ୍ରିରଙ୍ଗା କାଯ୍ୟକ୍ରମରେ ବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ସାମିଲ ହୋଇ ଜନ ସଚେତନତା ସୃଷ୍ଟି କରିଛନ୍ତି।ଏହି ପରିପ୍ରେକ୍ଷୀରେ ଗଣିଆ ବ୍ଲକ ସ୍ଥିତ କିଶୋର ଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ ,ଶିକ୍ଷୟିତ୍ରୀ ଏହି କାଯ୍ୟକ୍ରମରେ ସାମିଲ ହୋଇଥିଲେ । ସ୍ଥାନୀୟ ବିଦ୍ୟାଳୟ ପରିସରରୁ ତ୍ରିରଙ୍ଗା
ଶୋଭାଯାତ୍ରାରେ ବାହାରି ଗଣିଆ ବଜ଼ାର ଦେଇ ପଂଚାୟତର ସମସ୍ତ ୱାର୍ଡ ପରିକ୍ରମା କରିଥିଲେ । ରାସ୍ତାରେ ବିଭିନ୍ନ ଦେଶାତ୍ମକବୋଧକ ସ୍ଲୋଗାନ ଦେବା ସହିତ ମହାପୁରୁଷଙ୍କ ସ୍ଲୋଗାନ ଦେଇ ଲୋକମାନଙ୍କୁ ହର ଘର ତ୍ରିରଙ୍ଗା ଉଡ଼ାଇବାକୁ ପରାମର୍ଶ ଦେଇଥିଲେ ।ଏପରିକି ଆବଶ୍ୟକ ସ୍ଥଳେ ଲୋକଙ୍କୁ ତ୍ରିରଙ୍ଗା ପ୍ରଦାନ କରିଥିଲେ । ଭାରତର ସ୍ବାଧୀନତାର ୭୫ତମ ଦିବସ ପାଳନ ଅବସରରେ ସମଗ୍ର ଭାରତବର୍ଷରେ ସ୍ୱାଧୀନତାର ଅମୃତ ମହୋତ୍ସବପାଳନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ଅଗଷ୍ଟ ୧୩ରୁ ୧୫ପର୍ଯ୍ୟନ୍ତ ପ୍ରତ୍ୟେକ ଘରେ ଜାତୀୟ ପତାକା ଲଗାଇବା ପାଇଁ ଶୋଭାଯାତ୍ରା କରି ସଚେତନତା କରିଥିଲେ। ଏଭଳି କାଯ୍ୟକ୍ରମରେ ସମସ୍ତ ଜନସାଧାରଣ ସହଯୋଗ କରିବା ସହିତ ହର ଘର ତ୍ରିରଙ୍ଗା କାଯ୍ୟକ୍ରମ କରିବା ସହିତ ସମସ୍ତଙ୍କ ମନରେ ଜନ ସଚେତନତା ସୃଷ୍ଟି କରିବା ବୋଲି କିଶୋର ଚନ୍ଦ୍ର ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ପବିତ୍ର ବେହେରା ପ୍ରକାଶ କହିଛନ୍ତି ।