ଲଗାଣ ବର୍ଷାରେ ଯାତାୟତ ବାଧା..

କୁଜାମେଣ୍ଢି :13/08/2022(ରିପୋର :ପ୍ରକାଶ କୁମାର ନାୟକ): ଆଜକୁ ଦୀର୍ଘଦିନ ଧରି ଲାଗିରହିଥିବା ଲଗାଣ ବର୍ଷାରେ କୁଜାମେଣ୍ଢିର ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷତି ଘଟିଥିବା ବେଳେ ଏବେ କୁଜାମେଣ୍ଢି ଠାରୁ ବଦଲା ମୁଖ୍ୟରାସ୍ତା ମଧ୍ୟରେ ସ୍ଥାନୀୟ ଅଞ୍ଚଳବାସୀଙ୍କ ଦୁର୍ଦଶା ବୃଦ୍ଧି ପାଇଛି | ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ରାସ୍ତାଟିର ଉଭୟ ପାର୍ଶ୍ଵରେ ଥିବା ଗଛ ଗୁଡ଼ିକ କିଛି ଦିନ ଲଗାଣ ବର୍ଷା ହେତୁ ବିପଦ ସଙ୍କଟ ଅବସ୍ଥାରେ ଠିଆ ହୋଇଛନ୍ତି |ଏହି ରାସ୍ତା ଦେଇ କୌଣସି ଯାନବାହାନ ଯାତାୟାତ କରିବା କି ଛାତ୍ର ଛାତ୍ରୀ ମାନେ ଦୈନିକ ବିଦ୍ୟାଳୟ କୁ ଯିବା ଆସିବା କରିବା ହେଉ ସମ୍ପୂର୍ଣ ଭାବରେ ବାଧାପ୍ରାପ୍ତ ହେଉଛି |


ଆଜି ସକାଳ ଆଠ ଘଟିକା  ସମୟରେ ବନ୍ଧଖମଣ ସରକାରୀ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ନିକଟବର୍ତ୍ତୀ ମୁଖ୍ୟ ରାସ୍ତା ପାର୍ଶ୍ୱରେ ଥିବା ଏକ ବୃହତ ଗଛଟି ରାସ୍ତା ଉପରେ ପଡ଼ିଯିବା ଫଳରେ ବିଦ୍ୟାଳୟ ର ପାଚେରୀ ଭାଙ୍ଗିଯିବା ସହିତ ନିକଟରେ ଥିବା ବିଦୂତ ଖୁଣ୍ଟ ଏବଂ ମୁଖ୍ୟ ତାର ର ସଂଯୋଗ ସମ୍ପୂର୍ଣ ବିଚ୍ଛେଦ ହୋଇପଡ଼ିଛି | ଏବଂ ରାସ୍ତାରେ ଯାଉଥିବା ଜଣେ ବାଇକ ଆରୋହୀ ଙ୍କର ଶରୀରରେ ସଂପୁର୍ଣ ଆଘାତ ହେବା ସହିତ ବାଇକ ମଧ୍ୟ କ୍ଷତି ଘଟିଛି | ସୂଚନା ଅନୁସାରେ ବାଇକ ଆରୋହୀ ଜଣଙ୍କ ଟାକରା ଗ୍ରାମ ପଂଚାୟତ ଅନ୍ତର୍ଗତ ବୁରୁସାହି ଗ୍ରାମର ବୋଲି ଜଣାପଡ଼ିଛି |

Post a Comment

Please Select Embedded Mode To Show The Comment System.*

Previous Post Next Post