ବର୍ଷିଆନ୍ ବିଜେଡି ନେତା ତ୍ରୀନାଥ ନାୟକଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ,ଦଶପଲ୍ଲା ସ୍ବାଭିମାନ ପରିବାର ।
ଦଶପଲ୍ଲା : (ରିପୋର୍ଟ: ସୁବାଷ ଚନ୍ଦ୍ର ବାରିକ) : ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ବର୍ଷିୟାନ୍ ବିଜେଡି ନେତା ଶ୍ରୀ ତ୍ରିନାଥ ନାୟକ ପକ୍ଷାଘାତ ରୋଗରେ ପୀଡ଼ିତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲେ । ଗତକାଲି ତାକଂ ସ୍ବାସ୍ଥ୍ୟ ଅବସ୍ଥା ଅତ୍ୟଧିକ ଖରାପ ହେବାରୁ ତାଙ୍କୁ ଉନ୍ନତତ୍ତର ଚିକିତ୍ସା ସକାଶେ ଭୂବନେଶ୍ୱର ସ୍ଥାନାନ୍ତର କରାଯାଇଥିଲା । ହେଲେ ବହୁ ଚେଷ୍ଟାପରେ ମଧ୍ୟ, ସେଠାର ତାଙ୍କର ଦେହାନ୍ତ ହୋଇଛି । ତାକଂ ମୃତ୍ୟୁ ଖବର ପାଇ ନୂଆଗାଁ ଅଂଚଳ ସମେତ, ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ରେ ଶୋକର ଛାୟା ଖେଳିଯାଇଛି । ବର୍ଷିଆନ୍ ତଥା ବରିଷ୍ଠ ନେତା ତ୍ରୀନାଥ ନାୟକଙ୍କ ମୃତ୍ୟୁ ଖବର ମିଳିବା ପରେ ଦଶପଲ୍ଲା ସ୍ବାଭିମାନ ପରିବାର ର ବରିଷ୍ଠ କର୍ମକର୍ତ୍ତା ପ୍ରଦୋଶ୍ କୁମାର ଜେନା, ବିଶିଷ୍ଠ ସମାଜସେବୀ ଶ୍ରୀହରି ନାୟକ ଗଭୀର ଶୋକ ପ୍ରକାଶ କରିବା ସହିତ, ଆମ ନିର୍ବାଚନ ମଣ୍ଡଳୀ ଜଣେ ଆଦର୍ଶ ତଥା ତୁଂଗ ନେତାକୁଂ ହରାଇଲା ବୋଲି କହିଥିଲେ |