ବାହାଡ଼ା ଝୋଲା ଡ୍ରାଇଭର ସଙ୍ଘ ର ସଚେତନତା ବାର୍ତ୍ତା ।
ନୟାଗଡ଼: 01/09/202(ରିପୋର୍ଟ: ରବିନ୍ଦ୍ର କୁମାର ସାହୁ): ରାଜ୍ୟ ଡ୍ରାଇଭର ମହାସଂଘ ର ନିଷ୍ପତ୍ତି ଅନୁସାରେ ସେପ୍ଟେମ୍ବର ମାସ ଏକ ତାରିଖ କୁ ଡ୍ରାଇଭର ଦିବସ ଭାବେ ପାଳନ କରିଛନ୍ତି । ସେହିଭଳି ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ବାହାଡ଼ା ଝୋଲା ପଂଚାୟତର ଡ଼୍ରାଇଭର ସଙ୍ଘର ସମସ୍ତ ସଭ୍ୟ ତ୍ରୀନାଥ ମନ୍ଦିର ନିକଟରେ ଏକତ୍ରୀତ ହୋଇ ବଜାର ବୁଲି ଲୋକଙ୍କୁ ସଚେତନତା କରିବା ସହିତ ଏକ କେକ କାଟି ଡ୍ରାଇଭର ଦିବସକୁ ପାଳନ କରିଥିଲେ । ଏଥିରେ ବାହାଡ଼ା ଝୋଲା ପଂଚାୟତ ଡ୍ରାଇଭର ସଂଘ ର ଆଡିମିନ କାହ୍ନୁ ଚରଣ ପାଢୀ ସମସ୍ତ ସଭ୍ୟ ଙ୍କୁ ଡ୍ରାଇଭିଙ୍ଗ ସମୟରେ ଫୋନ୍ ବେବହାର ନିଶାଶେବନ ଉପରେ ବାରଣ କରିବା ସହିତ ଏକତା ହଁ ବଳ ଉପରେ ଆଲୋଚନା କରିଥିଲେ । ଡ୍ରାଇଭର ସଙ୍ଘ ର ଏହି ଭଳି କାର୍ଯ୍ୟ କ୍ରମ କୁ ଅଂଚଳ ବାସୀ ପ୍ରଶନ୍ସା କରିଥିଲେ ।