ନ୍ୟାଏବ ସରପଞ୍ଚଙ୍କ କାଣ୍ଡକାରନାମା !
କଟକ: 08/09/2022(ରିପୋର୍ଟ: ଅକ୍ଷୟ କୁମାର ସିଂହ):
ନ୍ୟାୟବ ସରପଞ୍ଚଙ୍କ ଅଧରାତିରେ ଉନ୍ମକ୍ତ କାଣ୍ଡ। ଘରର ଦାଣ୍ଡରେ ଗାଳିଗୁଲଜ କଲେ ଆଉ ଘରର ଗ୍ରୀଲ୍ ଖୋଲି ପରିବାର ର ସମସ୍ତଙ୍କୁ ମାଡ଼ ମାରିଲେ ଆଉ ଆଣି ଥିବା ଛୁରୀ ରେ ପରିବାର ର ମୁଖ୍ୟ ଙ୍କୁ ଗୁରୁତର ଆକ୍ରମଣ ବି କଲେ।
ଏଭଳି ଅଭାବନୀୟ ଘଟଣା ଘଟାଇଛନ୍ତି ଜଣେ ଲୋକ ପ୍ରତିନିଧି। କଟକ ଜିଲ୍ଲା ନେମାଳ ଥାନା ନରେନ୍ଦ୍ରପୁର ଫାଣ୍ଡି ଅଧିନସ୍ଥ ତରତ ପଂଚାୟତ ର ଦାମୋଦରପୁର ଗାଁର ୧୦ ନମ୍ବର ଓ୍ୟାର୍ଡ ରେ ଗତ ବିଳମ୍ବିତ ରାତିରେ ଏହି ଗାଁ ର ଅଲେଖ ନାୟକଙ୍କ ଘରେ ଏହି ଗାଁ ର ଓ୍ୟାର୍ଡ ସଭ୍ୟ ତଥା ଏହି ପଂଚାୟତର ନ୍ୟାୟବ ସରପଞ୍ଚ ଅଚ୍ୟୁତାନନ୍ଦ ବେହେରା ଓରଫ୍ ଅଚ୍ୟୁତି ମରଣାନ୍ତକ ଆକ୍ରମଣ କରିଥିବା ନେମାଳ ଥାନା ଅଭିଯୋଗ ହୋଇଛି।
ସୂଚନା ଅନୁସାରେ ପୂର୍ବ ଶତ୍ରୁତା ରୁ ଅଚ୍ୟୁତି ଗତକାଲି ବିଳମ୍ବିତ ରାତିରେ ଆସି ଅଲେଖ ଙ୍କ ଘର ଗ୍ରୀଲ୍ କୁ ବାଡାବାଡି କରିବା ସହ ଅତି ଅଶାଳୀନ ଭାଷାରେ ଗାଳିଗୁଲଜ କରିଥିଲେ।ପରେ ଘର ବାହାରେ କିଏ ଗାଳିଗୁଲଜ କରୁଛି ବୋଲି ନିଜ ଘରର ଗ୍ରୀଲ୍ ଅଲେଖ ଖାଲି ଦେଲେ। ଏହି ସମୟରେ ଅଚ୍ୟୁତି ଘର ଭିତରକୁ ପଶି ଯାଇ ଅଲେଖ ସ୍ତ୍ରୀ ମିନତି ଓ ପୁଅ ରଞ୍ଜନ ନାୟକ ଙ୍କୁ ନିସ୍ତୁକ ମାଡ଼ ମାରିବା ସହ ଅଚ୍ୟୁତି ଆଣିଥିବା ଏକ ଧାରୁଆ ଛୁରୀ ରେ ବୃଦ୍ଧ ଅଲେଖ ଙ୍କୁ ଆକ୍ରମଣ କରିଥିଲା। ପରେ ଅଲେଖ ଙ୍କ ପକ୍ଷରୁ ନେମାଳ ଥାନାରେ ଲିଖିତ ଏତଲା ପରେ ନେମାଳ ପୋଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛି।ଏ ବାବଦରେ ନ୍ୟାୟବ ସରପଞ୍ଚ ଅଚ୍ୟୁତାନନ୍ଦ ଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲୁ, ହେଲେ ଅଚ୍ୟୁତି ଙ୍କ ମୋବାଇଲ ବନ୍ଦ ଥିବାରୁ ଯୋଗାଯୋଗ ସମ୍ଭବପର ହେଲାନାହିଁ।