ହାଏ.... କିସ ପୁଣି ଦେଖା ନଯାଏ ..... ପାଠ ନୁହେଁ କାଠ ପାଇଁ , ମହାବିଦ୍ୟାଳୟ ରେ ତାଲା ◆ ଦଶପଲ୍ଲା କଲେଜ ରେ ଛାତ୍ର ଆନ୍ଦୋଳନ ୭ମ ଦିନରେ l

ହାଏ.... କିସ ପୁଣି ଦେଖା ନଯାଏ .....
ପାଠ ନୁହେଁ କାଠ ପାଇଁ , ମହାବିଦ୍ୟାଳୟ ରେ ତାଲା
◆ ଦଶପଲ୍ଲା କଲେଜ ରେ ଛାତ୍ର ଆନ୍ଦୋଳନ ୭ମ ଦିନରେ l

ହାଏ.... କିସ ପୁଣି ଦେଖା ନଯାଏ ..... ପାଠ ନୁହେଁ କାଠ ପାଇଁ , ମହାବିଦ୍ୟାଳୟ ରେ ତାଲା ◆ ଦଶପଲ୍ଲା କଲେଜ ରେ ଛାତ୍ର ଆନ୍ଦୋଳନ ୭ମ ଦିନରେ l


ନୟାଗଡ଼ ରୁ ନିଉଜ୍ ହେଡ଼୍ କଂ ରିପୋର୍ଟ  : ପାଠ ନୁହେଁ କାଠ l  ତାକୁ  ନେଇ ଆନ୍ଦୋଳନ ପୁଣି ଛାତ୍ର ଆନ୍ଦୋଳନ l କାନକୁ ଅଡ଼ୁଆ ଲାଗୁଥିଲେ ହେଁ କଥାଟା ଶହେରୁ ଶହେ ସତ l ଦଶପଲ୍ଲା  ର ଏକମାତ୍ର ଉଚ୍ଚ ଶିକ୍ଷାନୁଷ୍ଠାନ ବୃନ୍ଦାବନ ସୁବୁଦ୍ଧି ମହାବିଦ୍ୟାଳୟ ରେ ଗତ ୨ ତାରିଖ ଠାରୁ ଆରମ୍ଭ ହୋଇଥିବା ଛାତ୍ର ଆନ୍ଦୋଳନ ୭ ଦିନରେ ପହଂଚିଛି l  ମୁଖ୍ୟ ଫାଟକ ରେ ତାଲା ଝୁଲୁଥିବା ବେଳେ  କାର୍ଯ୍ୟାଳୟ ସମ୍ମୁଖରେ ବ୍ୟାନର ଝୁଲାଇ କିଛି ଛାତ୍ର ଆନ୍ଦୋଳନ ରେ ବସିଛନ୍ତି l ଫଳରେ ଶିକ୍ଷାନୁଷ୍ଠାନ ରେ ପାଠ ପଢା ସମ୍ପୂର୍ଣ୍ଣ ଠପ୍ ହୋଇ ପଡ଼ିଛି l ତେବେ  ଆନ୍ଦୋଳନ ସ୍ଥଳରେ ଝୁଲୁଥିବା ବ୍ୟାନର ର ଭାଷା ପରିଭାଷା  ବୁଝାଇ ଦେଉଚି ଯେ ଏହି ଛାତ୍ର ଆନ୍ଦୋଳନ ଶିକ୍ଷାଦାନ, ଶ୍ରେଣୀକକ୍ଷ, ଶିକ୍ଷକ ଅଭାବ,ପାଣି,ବିଜୁଳି କିମ୍ବା ସାଇକେଲ  ଷ୍ଟାଣ୍ଡ   ଭଲି ମୌଳିକ ଦାବୀ ପାଇଁ ନୁହେଁ l ବରଂ କଲେଜ ପରିସର ରୁ କିଛି ଗଛ କଟା ଓ ଏହାକୁ ଏକ ପ୍ରସଙ୍ଗ କରି ବର୍ତ୍ତମାନ ରୁ ଅଧ୍ୟକ୍ଷ ଙ୍କ ବଦଳି ଦାବୀରେ ଆନ୍ଦୋଳନ ଚଳାଇଛନ୍ତି ଛାତ୍ରଛାତ୍ରୀ । 
ହାଏ.... କିସ ପୁଣି ଦେଖା ନଯାଏ ..... ପାଠ ନୁହେଁ କାଠ ପାଇଁ , ମହାବିଦ୍ୟାଳୟ ରେ ତାଲା ◆ ଦଶପଲ୍ଲା କଲେଜ ରେ ଛାତ୍ର ଆନ୍ଦୋଳନ ୭ମ ଦିନରେ l


ଅନୁସନ୍ଧାନ  ରୁ ଜଣା ଯାଇଛି ଯେ ବର୍ତ୍ତମାନ ର ଅଧ୍ୟକ୍ଷ ସୁବାସ  ଚନ୍ଦ୍ର ନାୟକ କଲେଜ୍ ପରିସର ରେ ଥିବା କିଛି ଅନାବନା ଗଛ ସହିତ  ଅପରିପକ୍ବ ଶାଗୁଆନ ଗଛ କୁ ବନଖଣ୍ଡ ଅଧିକାରୀ କଂ ଅନୁମତି କ୍ରମେ କାଟି ବନ ନିଗମ କୁ ହସ୍ତାନ୍ତର କରିଥିଲେ l ଏହି ଗଛକଟା କୁ ନେଇ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି । ଏହାକୁ ନେଇ କଲେଜ ରେ ଛାତ୍ର ଅଶାନ୍ତି ଦେଖା ଦେଇଥିବା ବେଳେ ଛାତ୍ର ମାନେ ମୂଖ୍ୟ ଫାଟକ ରେ ତାଲା ପକାଇ ଆନ୍ଦୋଳନ କରିଥିଲେ। ପରେ ପୋଲିସ ପହଞ୍ଚି ଛାତ୍ର - ଛାତ୍ରୀ ମାନଙ୍କୁ ବୁଝାଇ ଥିବା ବେଳେ ପୋଲିସ ଉପସ୍ଥିତ ରେ ଅଧ୍ୟକ୍ଷ, ଅଧ୍ୟାପକ ଓ ଆନ୍ଦୋଳନରତ ଛାତ୍ର ମାନଙ୍କୁ ନେଇ ଆଲୋଚନା କରାଯାଇଥିଲେ ମଧ୍ୟ ଏହା ସଫଳ ହୋଇନଥିଲା।  ଏହି ଆନ୍ଦୋଳନ ଜାରି ରହିବ ବୋଲି ଆନ୍ଦୋଳନରତ ଛାତ୍ରଛାତ୍ରୀ ମାନେ ପ୍ରକାଶ କରିଥିଲେ।
ହାଏ.... କିସ ପୁଣି ଦେଖା ନଯାଏ ..... ପାଠ ନୁହେଁ କାଠ ପାଇଁ , ମହାବିଦ୍ୟାଳୟ ରେ ତାଲା ◆ ଦଶପଲ୍ଲା କଲେଜ ରେ ଛାତ୍ର ଆନ୍ଦୋଳନ ୭ମ ଦିନରେ l


 ଏବେ ମହାବିଦ୍ୟାଳୟରେ  ଛାତ୍ର ଅଶାନ୍ତି ଲାଗି ରହିଥିବା ବେଳେ ଆଗକୁ,ଏହି ମହା ବିଦ୍ୟାଳୟ ରେ ଜଣେ ଅଧ୍ୟାପକ ବ୍ଲକ ଗ୍ରାଣ୍ଟ ରେ ସାମିଲ ହେବା ପରେ  କୌଣସି କାରଣ ରୁ କୋର୍ଟ ଙ୍କ ଆଦେଶ ମୁତାବକ ଦରମା ବନ୍ଦ ହୋଇଥିଲା । ମାତ୍ର ଅଧ୍ୟକ୍ଷ କଲେଜ ମ୍ୟାନେଜମେଣ୍ଟ ରୁ ସେହି ଅଧ୍ୟାପକ ଙ୍କୁ ଦରମା ବାବଦରେ ଲକ୍ଷାଧିକ ଅର୍ଥ ପ୍ରଦାନ କରିବା ପ୍ରତିବାଦରେ କାର୍ଯ୍ୟରତ କେତକ ଅଧ୍ୟାପକ, କର୍ମଚାରୀ ଆନ୍ଦୋଳନ କୁ ଓହ୍ଲାଇବା ନିଷ୍ପତି ନେଇଥିବା ଭିତିରି ସୂତ୍ରରୁ ଜଣା ପଡ଼ିଛି । ତେବେ ଆଗକୁ ଅଧ୍ୟକ୍ଷ ଙ୍କ ବିରୋଧରେ ଆନ୍ଦୋଳନ କେଉଁ ରୂପ ନେଉଛି ତାହା ଦେଖିବାକୁ ବାକି ରହିଲା ।

Post a Comment

Please Select Embedded Mode To Show The Comment System.*

Previous Post Next Post