ବାଣୀଗୋଛା ବାବା ଯୋଗେଶ୍ବର ମନ୍ଦିର ରେ ,ଜଳିଲା ୩୦ ହଜାର ଦୀପ ।

ବାଣୀଗୋଛା ବାବା ଯୋଗେଶ୍ବର ମନ୍ଦିର ରେ ,ଜଳିଲା  ୩୦ ହଜାର ଦୀପ ।

ବାଣୀଗୋଛା ବାବା ଯୋଗେଶ୍ବର ମନ୍ଦିର ରେ ,ଜଳିଲା  ୩୦ ହଜାର ଦୀପ ।


ଦଶପଲ୍ଲା : ପବିତ୍ର କାର୍ତ୍ତିକ ବଡ଼ଓଷା ସଂନ୍ଧ୍ୟାରେ ବାଣୀଗୋଛାର ପ୍ରଶିଦ୍ଧ ଶୈବ ପୀଠ ବାବା ଯୋଗେଶ୍ବର କଂ ମନ୍ଦିର ପ୍ରାଂଗଣରେ  ଦୀପଦାନ ମହୋତ୍ସବ ପାଳିତ ହୋଇ ଯାଇଛି । ଚଳିତ ବର୍ଷ ଏହି ଉତ୍ସବରେ ଅନ୍ୟୁନ ଛଅ ହଜାରରୁ ଅଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇ ଥିବା ବେଳେ ଭକ୍ତ ମାନଙ୍କ ଦ୍ବରା ,ତିରିଶ ହଜାର ଦୀପ ପ୍ରଜ୍ବଳିତ ହୋଇଥିଲା । ଆଠ ଗୋଟି ଆଦିବାସୀ ବହୁଳ ପଞ୍ଚାୟତ ଓ ସାତପଲ୍ଲୀ ର ସାମୂହିକ ଭାବନା ସହିତ ଜଡିତ ଜନସାଧାରଣ, ଏହି କାର୍ଯ୍ୟକ୍ରମ ରେ ପ୍ରତିବର୍ଷ ଯୋଗ ଦେଇଥାନ୍ତି । ବିଭିନ୍ନ ଗ୍ରାମରୁ ଆସିଥିବା ନଦିଆ ସଙ୍କୀର୍ତ୍ତନ ମାନଙ୍କ ସମ୍ମିଳିତ ନାମ କିର୍ତ୍ତନ ପରିସରକୁ ଅଧିକ ଭକ୍ତିମୟ କରିଥିବା ବେଳେ ଆନନ୍ଦ ବଜାରରେ ନୀରବଛିନ୍ନ ଅନ୍ନକୂଟ ଯଜ୍ଞ ଜାରୀ ରହିଥିଲା । ବିଳମ୍ବିତ ସଂଧ୍ୟାରେ ଦୀପଦାନ ପୂଜା କମିଟିତରଫରୁ ଆୟୋଜିତ ସାଂସ୍କୃତିକ ସଭାରେ ମୁଖ୍ୟ ଅତିଥି ଭାବରେ ସମାଜସେବୀ ଶ୍ରୀହରି ନାୟକ ଯୋଗ ଦେଇଥିଲେ । ଆଗାମୀ ଦିନରେ ଏହି ଆଧ୍ୟାତ୍ମିକ ଓ ସାରସ୍ବତ କାର୍ଯ୍ୟକ୍ରମକୁ ଅଧିକ ବ୍ୟାପକ ଆକର୍ଷଣୀୟ କରିବା ନିମନ୍ତେ ସବୁଦିନିଆ ସହଯୋଗର ପ୍ରତିଶ୍ରୁତି ଦେଇଥିଲେ । ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ସସ୍ମିତା ମହାକୁଡ ବାବା ଯୋଗେଶ୍ବର ପୀଠର ଉନ୍ନତି ନିମନ୍ତେ ସମସ୍ତକଂ ସହଯୋଗ କାମନା କରିଥିଲେ । ସ୍ଥାନୀୟ ସ୍ୱେଚ୍ଛାସେବୀ ରଞ୍ଜନ ସାହୁ , ପପୁ ପ୍ରସାଦ , ସଂଜିତ୍ ( ଜିତୁ ) କରଣ , ସମୀର ସୁକାନ୍ତ ଏହାର ସଫଳ ସଂଯୋଜନା କରିଥିଲେ I ନୟାଗଡ ଭାଟସାହି ଗ୍ରାମର ଚର୍ଚ୍ଚିତ ନାରଦ ,ପପୁ ବିଶ୍ବାଳଙ୍କ ଭଜନ ସମାରୋହ ଓ ପୌରାଣିକ ନାଟକକୁ ହଜାର ହଜାର ଦର୍ଶକ  ଉପଭୋଗ କରିଥିଲେ ।

Post a Comment

Please Select Embedded Mode To Show The Comment System.*

Previous Post Next Post