ବିଶାଳ ସ୍ଵେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ !

ବିଶାଳ ସ୍ଵେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ !

 
ବିଶାଳ ସ୍ଵେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ !

 ନୂଆଗାଁ : 17/04/2021(ରିପୋର୍ଟ - ନିରଞ୍ଜନ ସାହୁ) : ଆଗାମୀ ଦିନରେ କୋରନା ମହାମାରୀ କୁ ଦୁଷ୍ଟୀରେ ରଖି ରକ୍ତର ଆବଶ୍ୟକତା କୁ ଅନୁଭଵ କରି  ମହାନ ଜନ ନାୟକ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପୂଣ୍ୟତିଥୀରେ ଶ୍ରଦ୍ଧାଞ୍ଜଳି ପୂର୍ବକ ଓଡ଼ିଶା ମୋ ପରିବାର ଜୀବନ ବିନ୍ଦୁ ଆନୁକୁଲ୍ୟରେ 

ଦଶପଲ୍ଲା ମହିଳା ମହାବିଦ୍ୟାଳୟ ରେ ବିଶାଳ ସ୍ଵେଛାକୃତ ରକ୍ତଦାନ ଶିବିର ସକାଳ ଆଠଘଟିକା ସମୟରୁ  ବିଧାୟକ ତଥା ନୟାଗଡ଼ ଜିଲ୍ଲା ବିଜେଡ଼ି ସଭାପତି ରମେଶ ଚନ୍ଦ୍ର ବେହେରା ଙ୍କ ନେତ୍ରୁତରେ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଥିଲା 

 ଦଶପଲ୍ଲା ବ୍ଲକ ଅଧ୍ୟକ୍ଷା ସୁନନ୍ଦା ସାହୁ, ନୂଆଗାଁ ବ୍ଳକ ଅଧ୍ୟକ୍ଷ ଅନ୍ତର୍ଜାମୀ ସ୍ୱାଇଁ ଙ୍କ ସହ ଯୁବ ବିଜେଡ଼ି ଛାତ୍ର,  ଦଶପଲ୍ଲା ଓ ନୂଆଗାଁ ବ୍ଲକ ର ବହୁ ସରପଂଚ,  ସମିତି ସଭ୍ୟା ତଥା ବିଜେଡ଼ି କର୍ମୀ ଙ୍କ ସହ ବହୁ ସମାଜସେବୀ ଯୋଗ ଦେଇଥିଲେ | ଅଂଚଳର ସମାଜସେବୀ ରୁପ ସାହୁ ସମସ୍ତ ପ୍ରକାର ସହଯୋଗ କରିଥିଲେ |ବିଧାୟକ ଙ୍କ  କହିବା କଥା ଏହି ଭଳି ନିର୍ବାଚନ ମଣ୍ଡଳୀ ଗଣିଆ ବ୍ଲକ ରେ ମଧ୍ୟ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଛି |(୨୦୦)ୟୁନିଟ ରୁ ଉର୍ଦ୍ଧ ରକ୍ତ ସଂଗ୍ରହ ହେବାର ଯୋଜନା ରହିଛି | ବିଧାୟକ ଙ୍କ ଏହିଭଳି କାର୍ଯ୍ୟକ୍ରମ କୁ ଅଂଚଳବାସି ସ୍ୱାଗତ କରିଛନ୍ତି ।



Post a Comment

Please Select Embedded Mode To Show The Comment System.*

Previous Post Next Post