ମଠ ମନ୍ଦିର ପାଇଁ ପ୍ରଶାସନ ସାଜିଛି କଳାପାହାଡ଼ !
ପ୍ରଶାସନ ର ଅବହେଳା ଓ କଳୁଷିତ ରାଜନୀତି ଯୋଗୁଁ ନିଜର ଅସ୍ତିତ୍ବ ହରାଇଛି ଓଡ଼ିଶାର ଦ୍ୱତୀୟ ସର୍ବବୃହତ୍ତମ ବନ୍ଧୁପୁର ରଘୁନାଥଜୀୟୁ ମଠ |
କେନ୍ଦ୍ରାପଡ଼ା : 09/05/2021(ରିପୋର୍ଟ :ପ୍ରତୀକ ମିଶ୍ର) : ପୁରୀର ବିଶ୍ଵାପ୍ରସିଦ୍ଧ ଏମlର ମଠ ପରେ ଆୟତନ ରେ ଓଡ଼ିଶାର ଦ୍ବିତୀୟ ସର୍ବବୃହତ୍ତମ ମଠ ହେଉଛି, ନେମାଳ ନିକଟସ୍ଥ ବନ୍ଧୁପୁର ରଘୁନାଥ ଜୀଉ ମଠ | ଯାହାର ଆୟତନ ହେଉଛି 22ବାଟି ( 22ଏକର 22ଗୁଣ୍ଠ 22ବିଶ୍ୱା )| ଏବେ ଏହି ବିଶାଳ ମଠ ସମ୍ପୂର୍ଣ ଭଗ୍ନ ଅବସ୍ଥା ରେ ପଡି ରହିଛି | ମଠର ଅର୍ଦ୍ଧାଧିକ ସମ୍ପତି ବର୍ତମାନ ଜଙ୍ଗଲ ମାଫିଆ ଓ ଜବରଦଖଲକlରୀଙ୍କ ଅଧୀନରେ | ମଠକୁ
ବିଲୁପ୍ତ ପ୍ରାୟ କରିବାରେ ଲାଗିଛନ୍ତି କଳୁଷିତ ରାଜନେତା ମlନେ ଓ ଏମାନଙ୍କୁ ସାହାଯ୍ୟ କରୁଛନ୍ତି ସ୍ଥାନୀୟ ପ୍ରଶାସନ |
ପ୍ରମାଣ ସ୍ୱରୂପ ଅକ୍ଟୋବର 2020 ମସିହାରେ ମଠର ପୁନଃରୁଦ୍ଧାର ପାଇଁ ଦେବତ୍ତର କମିଶନର ସ୍ଥାନୀୟ ବିଡ଼ିଓ, ଆଇଆଇସି, ତହସିଲଦାରଙ୍କୁ ନୋଟିସ କରିଥିଲେ | କିନ୍ତୁ ଏମାନେ ରାଜନୈତିକ ଚାପରେ ଏ ନୋଟିସ କୁ ଗାୟବ କରିଦେଲେ | ଦିଗତ 7 ମାସ ହେବ ନୋଟିସ ପାଇ ମଧ୍ୟ୍ୟ ଚୁପ ଅଛନ୍ତି ଆଇଆଇସି, ବିଡ଼ିଓ, ଓ ତହସିଲଦାର | କାହା ଚାପରେ ଏମାନେ ଚୁପ? ଏତେ ଅବହେଳା କଣ ପାଈଂ? ଏ ନେଇ ଗ୍ରାମବାସୀ ଓ ମଠର କିଛି ସେବକ ସିଧାସଳଖ କଟକ ସଦର ବିଧାୟକ ଚନ୍ଦ୍ର ସାରଥୀ ବେହେରା ଙ୍କୁ ଦୋଷ ଦେଇଛନ୍ତି | ଓଡ଼ିଶାର ଏତେ ବଡ ସାଂସ୍କୃତିକ ପବିତ୍ର ସ୍ଥାନକୁ ବିଧାୟକଙ୍କ ଦିନେ ହେଲେ ବି ପlଦ ପଡିନି | ସେପଟେ ମଠ ଦାଇତ୍ୱରେ ଥିବା ଅଫିସରମାନେ ଲୁଟି ଚାଲିଛନ୍ତି ମଠ ସମ୍ପତି କୁ | ପୁଣି କିଛି ଜଙ୍ଗଲ ମାଫିଆ ମଠ ଜଙ୍ଗଲ କାଠକୁ ବେଆଇନ ଭାବେ ଚୋରି କରୁଛନ୍ତି | ଏସବୁ ପ୍ରଶାସନର ସାଲିସରେ ଚାଲିଛ |
କିନ୍ତୁ ସ୍ୱର ଉଠେଇବ କିଏ?
ବିଲେଇ କପାଳରେ ଶିକା ବାନ୍ଧିବାକୁ ଦୁଃସାହସ କିଏ ବା କରିବ?
ଓଡିଶାର ଜଳବାୟୁ ବିଜେଡି ଦଳର | ଏଠାକାର ବିଧାୟକ ଚନ୍ଦ୍ର ସାରଥି ବେହେରା ମଧ୍ୟ ବିଜେଡିର | ତେଣୁ ପ୍ରତିବାଦର ସ୍ୱର ଉଠେଇବାକୁ କାହାର ସାହସ ପାଉନି| ତେବେ ଆମ ଟିମ ପହଂଚିବା ପରେ କିଛି ସାହସୀ ଲୋକ ପ୍ରତିକ୍ରିୟାଶୀଳ ହୋଇ
ଆମକକୁ ମଠର ଦୁର୍ଦ୍ଦଶା ସମ୍ପର୍କରେ ସମ୍ପୂର୍ଣ ତଥ୍ୟ ଦେଇଥିଲେ |
ତେବେ ଏଠି ପ୍ରଶ୍ନ ଉଠେ ସରକାର ଙ୍କ ମଠ ମନ୍ଦିର ପାଇଁ ଥିବା ଏତେ ପ୍ରକାରର ଆଇନ କଣ କେବଳ କଥାରେ ନା କାମରେ?
ଲୋକଙ୍କ ପ୍ରତିକ୍ରିୟାନୁଯାଇ ବର୍ତମାନ ର ସରକାର ମଠ ମନ୍ଦିର ପାଇଁ ସାଜିଛନ୍ତି କଳାପାହାଡ଼ !