ଚୋର ବି ଏବେ ଅନ୍ଧାରରେ : ନୂଆଗାଁ ଅଞ୍ଚଳରୁ ଗାଡ଼ି ଚୋରି ଓ ଉଦ୍ଧାର ଘଟଣା !

 ଚୋର ବି ଏବେ ଅନ୍ଧାରରେ : ନୂଆଗାଁ ଅଞ୍ଚଳରୁ ଗାଡ଼ି ଚୋରି ଓ ଉଦ୍ଧାର ଘଟଣା ! 

ଚୋରର ବି ଏବେ ଅନ୍ଧାରରେ : ନୂଆଗାଁ ଅଞ୍ଚଳରୁ ଗାଡ଼ି ଚୋରି ଓ ଉଦ୍ଧାର ଘଟଣା !


ନୂଆଗାଁ : (ରିପୋର୍ଟ : ପ୍ରଦୀପ୍ତ କୁମାର ସାହୁ):  ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକ ଅଞ୍ଚଳ ର ବୋଲି ମିଥ୍ୟା  ପରିଚୟ ଦେଇ ଜନୈକ ଲୁଟେରା କଟକ ଜିଲ୍ଲା ନରସିଂହପୁର ଟ୍ୟାସ୍କି ଷ୍ଟାଣ୍ଡ ରୁ ନୂଆଗାଁ ଆସିବାକୁ କହି ଗାଡିଁଭଡ଼ାରେ ଆଣି  ନୂଆଗାଁ ଥାନା ର ଖାଲ ମଡ଼ା ନିକଟରୁ ଗାଡ଼ି ଡ୍ରାଇଭରକୁ ଆକ୍ରମଣ କରି (ଶୁକ୍ରବାର ତା ୧୪/୫/୨୦୨୧ରିଖ ରେ) ଲୁଟିନେଇଥିବା ଗାଡି/କାରଟିକୁ ନୂଆଗାଁ ପୋଲିସ ଶନିବାର ଦିନ(ତା ୧୫/୫/୨୦୨୧ରିଖ) ସ୍ଥାନୀୟ ଗ୍ରାମବାସୀ ସୂଚନା ଓ ସହଯୋଗରେ କାଜୁଜଙ୍ଗଲ/ବଗିଚା ରୁ ଉଦ୍ଧାର କରିଛି। ଚୋରି ହେବାର 24ଘଣ୍ଟା ନପୂରୁଣୁ ଗାଡ଼ି ଉଦ୍ଧାର କଲା ନୂଆଗାଁ ପୋଲିସ ହେଲେ ଚୋରର ପତା ମିଳିନି | ଏବିଷୟ ସାଧାରଣରେ ଚର୍ଚ୍ଚା ହେଉଛି | ଲୋକମାନଙ୍କ ମନରେ ଅନେକ ସନ୍ଦେହ ଆସୁଥିବାର ସୂଚନା ମିଳୁଛି | ଏତେ ଶୀଘ୍ର ଚୋର ନିଖୋଜ ହେବା ଲୋକଙ୍କ ସନ୍ଦେହକୁ ବଢ଼ାଇ ଦେଇଛି | ପ୍ରଶ୍ନ ଉଠୁଛି ଯଦି ଏତେ କମ ସମୟରେ ଗାଡ଼ି ଉଦ୍ଧାର ହେଲା, ତେବେ ଚୋର ଗଲେ କୁଆଡେ?  ଜଙ୍ଗଲ ରାସ୍ତାରେ ଏମିତି କେଉଁ ରାସ୍ତା ଅଛି, ଯେଉଁବାଟେ ଚୋର ଗାଡ଼ି ଛାଡି ପଳେଇଗଲେ?  ସେହି ଅଞ୍ଚଳର କେହି ଏମିତି କରିନାହାନ୍ତି ତ?  ନା' ଏହି ଚୋରି ଘଟଣାରେ ଅନ୍ୟ କିଛି ଅଛି | ଏବିଷୟରେ ନୂଆଗାଁ ଥାନା ଅଧିକାରୀ କହିଲେ ତଦନ୍ତ ଚାଲିଛି, ଚୋରମାନଙ୍କୁ ଠାବ କରାଯାଇନି | 

    ସୂଚନା ଅନୁଯାୟୀ   ଫଣିପ୍ରସାଦ ପ୍ରଧାନ ଓରଫ୍ ଈଶ୍ୱର ପ୍ରଧାନ ଚଳାଉଥିବା ସୁଇଫ୍ଟି ଡି ଜାୟାର କାର ନମ୍ବର OD02AA8771 ଟୀକୁ ଲୁଟେରା ନୟାଗଡ଼ ଜିଲ୍ଲା ନୂଆଗାଁ କୁ ଆସିବାକୁ କହି ନରସିଂହପୁର ଠାରୁ ଭଡ଼ାରେ ଆଣଥିଲେ।ଡ୍ରାଇଭର ଫଣି ଗାଡ଼ି ଆଣି ନୂଆଗାଁ ବ୍ଳକ ନିକଟରେ ପହଞ୍ଚାଇବା ପରେ ଗାଡିଭଡା ପଇସା ମାଗିଥିଲେ।କିନ୍ତୁ  ପୂର୍ବାଯୋଜନା ମୁତାବକ ଗାଡ଼ିରେ ବସିଥିବା ଦୁର୍ବୃତ୍ତ କହିଲେ ଆଗରେ ଆମ ଭାଇଙ୍କ ଘର କହିବାସହିତ ଗାଡିନେବା ପାଇଁ କହିଥିଲେ। ନୂଆଗାଁ ଠାରୁ ବାହାଡାଝୋଲା ଆଡ଼କୁ ଯାଇଥିବା ଆର. ଡି  ରାସ୍ତାରେ ଖାଲମଡ଼ା ପରେ ଏକ ନିଛାଟିଆ ଜଙ୍ଗଲିଆ ସ୍ଥାନରେ ଫଣି କୁ ଗାଡ଼ି ଅଟକାଇବା ପାଇଁ କହିଥିଲେ।ଗାଡ଼ି ରହିବାପରେ ପୂର୍ବ ପ୍ରସ୍ତୁତି ଅନୁସାରେ ଡ୍ରାଇଭର ଫଣି ଉପରେ ଅତର୍କିତ ଆକ୍ରମଣ କରିଥିଲେ |

ଅପରେସନ ବ୍ଲେଡ ରେ ଫଣି ର ପେଟ,ହାତ କୁ କାଟିପକାଇବ ସହିତ ମୁହଁକୁ ମୁଥ ମାରି ଗାଡ଼ି ବାହାରକୁ ଫୋପାଡ଼ି ଦେଇ ଦୁର୍ବୃତ୍ତ ଲୁଟେରା ମାନେ ଗାଡ଼ି ନେଇ ପଳାଇଯାଇଥିଲେ।ଫଣି ନିକଟସ୍ଥ ଗ୍ରାମବାସୀ ଙ୍କ ସାହାଯ୍ୟରେ ନୂଆଗାଁ ଥାନା ରେ ପହଞ୍ଚି ଲିଖିତ ଅଭିଯୋଗ କରିଥିଲେ ।ଅଭିଯୋଗ କୁ ଭିତ୍ତିକରି ନୂଆଗାଁ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥଲେ।ନୂଆଗାଁ ପୋଲିସ ନୂଆଗାଁ, ଖାଲମଡ଼ା, ଜାକେଡ଼ା, ଶିମିଲିସାହି, ଡିମିରିଆ, ଡିମିରିପଲ୍ଲି ପ୍ରଭୃତି ଅଞ୍ଚଲରେ ତଦନ୍ତ ଜୋରଦାର କରିବା ସହିତ ସ୍ଥାନୀୟ ଅଞ୍ଚଳକୁ ସିଲ୍ କରିବା ସହିତ ଓଡ଼ଗାଁ ପୋଲିସ ର ସାହାଯ୍ୟରେ ଓଡ଼ଗାଁ ଥାନା ଅଂଚଳର  କିଛି ଅଞ୍ଚଳକୁ ସିଲ୍ କରିଦେଇଥିଲେ।ଫଳରେ ଲୁଟେରା ମାନେ ଗାଡିଟିକୁ ନେଇ ନପାରି ପଳାଇଯାଇଥିଲେ।ପୋଲିସର ଏହି ଅପରେସନ ରେ ନୂଆଗାଁ ଆଦିବାସୀ ଅଞ୍ଚଳର ଗ୍ରାମବାସୀ ମାନେ ସହଯୋଗ କରିଥିଲେ ।ପୋଲିସର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଫଳରେ ଲୁଟ୍ ଅଭିଯୋଗର ପ୍ରାୟ୧୮ ଘଣ୍ଟା ଭିତରେ   ନୂଆଗାଁ ପୋଲିସ ଲୁଟ ହୋଇଥିବା କାର ପାଖରେ ପହଞ୍ଚିବାପରେ ସକ୍ଷମ ହେବାସହିତ କାର ଟି କୁ ଉଦ୍ଧାର କରିଛି। ଓ ଲୁଟେରା ଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରିରଖିଥିବାର ସୂଚନା ମିଳିଛି।ନୂଆଗାଁ ପୋଲିସର ଏହି ତ୍ୱରିତ କାର୍ଯ୍ୟାନଷ୍ଠାନ କୁ ଅଞ୍ଚଳ ବାସି ପ୍ରଶଂସା କରିଛନ୍ତି।ନୂଆଗାଁ ଠାରୁ ବାହାଡାଝୋଲା କୁ ଥିବା ଆର୍. ଡି ରାସ୍ତାଟି ଆଦିବାସୀ ବହୁଳ ଜଙ୍ଗଲିଆ ଅଞ୍ଚଳ ଦେଇ ଯାଇଥିବାରୁ ଏହି ରାସ୍ତାରେ ଅନେକ ସମୟରେ ଚୋରି,ଡକାୟତି ଓ ଲୁଟପାଟ ଘଟଣା ମାନ ଘଟୁଥିବାରୁ ପୋଲିସ ପେଟ୍ରୋ ଲିଂଗ କରାଯିବା ନିମନ୍ତେ ଅଞ୍ଚଳ ବାସି ଦାବି କରିଛନ୍ତି।

Post a Comment

Please Select Embedded Mode To Show The Comment System.*

Previous Post Next Post