ବାହାଡ଼ା ଝୋଲା ପଂଚାୟତର "ପଂଚାୟତ ସାହି "ହେଲା କଣ୍ଟେନମେଣ୍ଟ !
ବାହାଡାଝୋଲା : 18/05/2021(ରିପୋର୍ଟ : ନିରଞ୍ଜନ ସାହୁ): କରୋନା ମହାମାରୀ ଯୋଗୁଁ ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଯାଇଛି ! ତଥାପି ଲୋକ ଜେନେତେନେ ପ୍ରକାର ଚଳିଯାଉଛନ୍ତି | ହେଲେ ଦିନ କୁ ଦିନ ନୂଆଗାଁ ବ୍ଳକ ରେ ମହାମାରୀ କାୟା ବିସ୍ତାର କରୁଛି | ଫଳରେ ପାଞ୍ଚଟି ଗାଁ କଣ୍ଟେନମେଣ୍ଟ ଜୋନ ତହସିଲଦାର ପ୍ରଳୟ ନନ୍ଦ ସତପଥୀଙ୍କ ଦ୍ୱାରା ଘୋଷଣା ହୋଇଛି |
ଆଜି ନୂଆଗାଁ ବ୍ଲକ ଅନ୍ତର୍ଗତ ବାହାଡ଼ା ଝୋଲା ପଂଚାୟତର ପଂଚାୟତ ସାହିରୁ 4 ଜଣ ପଜିଟିଭ ଚିହ୍ନଟ ହୋଇଛି | ଫଳରେ ସ୍ଥାନୀୟ ତହସିଲଦାର ଏହାକୁ କଣ୍ଟେନମେଣ୍ଟ ଘୋଷଣା କରିଛନ୍ତି |ପଞ୍ଚାୟତ ସରପଂଚ ବିନୋଦ କୁମାର ସାହୁ ସାହିର ଦୁଇପଟ ରାସ୍ତାରେ ବାଉଁଶ ପକାଇ ଏହାକୁ ବନ୍ଦକରିଛନ୍ତି ଏବଂ ଲୋକଙ୍କ
ଆବଶ୍ୟକ ଜିନିଷ ଯୋଗାଇବା ପାଇଁ ଲୋକଙ୍କୁ କହିବା ସହିତ ସରକାରୀ ନିୟମ ମାନି ଚଳିବା ପାଇଁ ନିବେଦନ କରିଛନ୍ତି |ଡ଼ାକବାଜି ଯନ୍ତ୍ର ଦ୍ବାରା ଲୋକଙ୍କୁ ସଚେତନତା କରିଛନ୍ତି ।
ଆବଶ୍ୟକ ଜିନିଷ ଯୋଗାଇବା ପାଇଁ ଲୋକଙ୍କୁ କହିବା ସହିତ ସରକାରୀ ନିୟମ ମାନି ଚଳିବା ପାଇଁ ନିବେଦନ କରିଛନ୍ତି |ଡ଼ାକବାଜି ଯନ୍ତ୍ର ଦ୍ବାରା ଲୋକଙ୍କୁ ସଚେତନତା କରିଛନ୍ତି ।