ସଟସକ୍ରିଟରୁ ଅଗ୍ନିକାଣ୍ଡ ଘଟି ଦୁଇ ବଖରା ଘର ଭସ୍ମୀଭୂତ !

ସଟସକ୍ରିଟରୁ ଅଗ୍ନିକାଣ୍ଡ ଘଟି ଦୁଇ ବଖରା ଘର ଭସ୍ମୀଭୂତ  !

ସଟସକ୍ରିଟରୁ ଅଗ୍ନିକାଣ୍ଡ ଘଟି ଦୁଇ ବଖରା ଘର ଭସ୍ମୀଭୂତ  !


ଗଣିଆ : 13/06/2021(ରିପୋର୍ଟ : ମାନସ ରଞ୍ଜନ ଦାଶ)  ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ ବେଳପଡାପାଟଣା ପଞ୍ଚାୟତ ଅନ୍ତର୍ଗତ ବିଜୟନଗର ଗ୍ରାମରେ ଇଲେକ୍ଟ୍ରି ସଟସକ୍ରିଟରୁ ଅଗ୍ନିକାଣ୍ଡ ଘଟି ଗୋଟିଏ ପରିବାରର ଦୁଇ ବଖରା ଘର ଭସ୍ମୀଭୂତ ହୋଇଛି । ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଆଜି ପୂର୍ବାହ୍ନ ପ୍ରାୟ ୧୨ ଘଟିକା ସମୟରେ ବିଜୟନଗର ମୁକ୍ତା ସାହୁ ଘରକାମ କରୁଥିବାବେଳେ ଅଚାନକ ନିଆଁ ଲାଗିଯାଇଥିଲା । ସେ ଏହା ଦେଖି ସଂଜ୍ଞାହୀନ ହୋଇପଡିଥିବାବେଳେ ଚାହୁଁ ଚାହୁଁ ତାଙ୍କର ଦୁଇ ବଖରା ଘର ପୋଡି ପାଉଁଶ ହୋଇଯାଇଥିଲା । ଏହି ଅଗ୍ନିକାଣ୍ଡରେ ସମସ୍ତ ଆସବାବ ପତ୍ର ସହ ଧାନ, ଚାଉଳ ଓ ଅନ୍ୟାନ୍ୟ ସାମଗ୍ରୀ ପୋଡିପାଉଁଶ ହୋଇଯାଇଥିବାର ସୂଚନାମିଳିଛି ।ପୋଡି ଯାଇଥିବା ଜିନିଷର ଆନୁମାନିକମୂଲ୍ୟ୫୦ହଜାରରୁ ଅଧିକ ହେବ ବୋଲି ଆକଳନ କରାଯାଇଛି । ଗାଁ ଲୋକେ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେତେବେଳକୁ  ସବୁ ପୋଡି ସର୍ବସ୍ୱାନ୍ତ ହୋଇପଡିଥିଲା ।
ପରେ ଗଣିଆ ଦମକଳବିଭାଗର ଅଧିକାରୀ ସାନନ୍ଦ ଚନ୍ଦ୍ର ଜେନା ଓ କର୍ମଚାରୀ ପହଁଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ସେତେବେଳକୁ ସବୁ ପୋଡି ପାଉଁଶ ହୋଇଯାଇଥିଲା । ଏହି ପରିବାରଟି ଅତ୍ୟନ୍ତ ଦରିଦ୍ର ଓ ଅସହାୟ  ଦିନ ମଜୁରିଆ ଭାବେ କାଳ କାଟୁଥିବାରୁ ଅଗ୍ନିକାଣ୍ଡଟି ତାଙ୍କୁ ସଂପୂର୍ଣ୍ଣ ବେସାହାରା କରିଦେଇଛି । ମୁକ୍ତା ସାହୁ ବିଧବା ମହିଳା ହୋଇଥିବା ବେଳେ  ପୁଅ ଓ ବୋହୁ  ମୂଲ ଲାଗିବା ପାଇଁ ବାହାରେ ରହୁଥିବାବେଳେ ଏକ ମାତ୍ର ନାତିକୁ ଧରିଘରେ ବହୁଦୁଃଖ କଷ୍ଟରେ କାଳାତିପାତ କରୁଥିଲେ ।ବିଧିର ବିଧାନ ନିମିଷକେ ଅଗ୍ନିର ତାଣ୍ଡବରେ ସବୁ ଜଳି ପୋଡି ପାଉଁଶ ହୋଇଗଲା ।ତେବେ ଘଟଣାସ୍ଥଳରେ ଗଣିଆ ପଞ୍ଚାୟତ ସମିତିର ଉପାଧକ୍ଷଙ୍କ ପ୍ରତିନିଧି ଦଣ୍ଡଧର ଦାଶ  ପହଁଞ୍ଚି ପ୍ରଶାସନିକ ଅଧିକାରୀଙ୍କ ସହିତ ଆଲୋଚନା କରି ସରକାରୀ ସାହାଯ୍ୟ ଯୋଗାଇ ଦେବା ପାଇଁ ପ୍ରତିଶୃତି ଦେଇଥିଲେ । ଏହି ପରିବାରଟିକୁ କିଛିଆର୍ଥିକ ସହାୟତା ସହ ଲୁଗାପଟା, ଚାଉଳ  ,ଆବାସ ଯୋଜନାରେ ଘର ଖଣ୍ଡିଏ ଯୋଗାଇ ଦେବା ଜନସାଧାରଣରେ  ଦାବି କରିଛନ୍ତି ।

Post a Comment

Please Select Embedded Mode To Show The Comment System.*

Previous Post Next Post