ଅଫେରା ବାଟରେ ବାଟୋଇ ସାବିତ୍ରୀଙ୍କ ସତ୍ୟବାନ, ଝୁରୁଛି ଗାଁ '...
ଭଦ୍ରକ : 12/06/2021(ରିପୋର୍ଟ :ସମିର ମହାନ୍ତି): ଚାଲିଯାଇଛି ସାବିତ୍ରୀ ଓଷା | ଆଉ ଆଜି ଠିକ ପରିଦିନ ସାବିତ୍ରୀ ହାତରୁ ଭାଙ୍ଗିଯାଇଛି ଶଙ୍ଖା | ଆଉ ଲିଭିଯାଇଛି ମଥାରୁ ସିନ୍ଦୁର |ଏମିତି ଏକ ହୃଦୟ ବିଦାରକ ଦୃଶ୍ୟ ଯାହା ସାରା ଅଞ୍ଚଳକୁ ମର୍ମାହତ କରିଛି। ତେବେ ଘଟଣାଟି ଘଟିଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନସ୍ଥ ଆମ୍ବରୋଳି ପଞ୍ଚାୟତର ତଳାଙ୍ଗ ଗ୍ରାମରେ। ଜଣେ ବିଜେଡିର ଆଗ ଧାଡ଼ିର ଯୁବ ନେତା ତଥା ଆମ୍ବରୋଳି ଗ୍ରାମ ପଞ୍ଚାୟତର ସମିତି ସଭ୍ୟ ଶ୍ରୀଯୁକ୍ତ ଜ୍ୟୋତିପ୍ରକାଶ ସାମଲଙ୍କ ଅକାଳ ବିୟୋଗରେ ସାରା ଅଞ୍ଚଳ ସ୍ତବ୍ଧ ହୋଇଯାଇଛି । ଜଗା ଭାଇ ନାମରେ ବେସ ପରିଚିତ ଥିବା ବ୍ୟକ୍ତିଙ୍କୁ ଏବେ ଝିରୁଛି ନିଜ ଗାଁ ଏବଂ ଝୁରୁଛନ୍ତି ନିଜ ସାଙ୍ଗସାଥି | ସେ ଏକାଧାରରେ ଜଣେ ଜନ ନେତା,କ୍ରିକେଟ ଖେଳାଳି ଏବଂ ଯାତ୍ରା କଳାକାର ଥିଲେ। କ୍ରିକେଟ ଖେଳରେ ବେସ ରୁଚି ରଖିଥିବା ସହ ଜଣେ ଭଲ ଯାତ୍ରା ଅଭିନେତା ଥିଲେ। ଏଇ ଯାତ୍ରା ମଞ୍ଚରୁ ଯାତ୍ରା ଟାଇଗର ଦୈତାରି ପଣ୍ଡାଙ୍କ ସହ ସୃଷ୍ଟି ହୋଇଥିଲା ପାରିବାରିକ ସମ୍ପର୍କ। ତେବେ ଗାଁ ଯାତ୍ରାରେ ଅନେକ ନାଟକରେ ନିଜ ଅଭିନୟର ଛାପ ଛାଡିଥିବା କଳାକାରଙ୍କୁ ଝୁରିବ ଗାଁ ଯାତ୍ରା ମଞ୍ଚ। ୨୦୧୭ ଗତ ନିର୍ବାଚନ ପଞ୍ଚାୟତରେ ଆମ୍ବରୋଳି ଗ୍ରାମ ପଞ୍ଚାୟତରେ ପ୍ରଥମ ଥର ପାଇଁ ସମିତି ସଭ୍ୟ ଭାବେ ନିର୍ବାଚିତ ହୋଇଥିଲେ। ଆଉ ୨୦୧୮ରେ ବିବାହ ପରେ ଦୁଇ ବର୍ଷର ଗୋଟେ ପୁଅଟିଏ ଅଛି। ତେବେ ଖେଳ ପ୍ରତି ରୁଚି ରଖିଥିବା ଜଗା ଭାଇଙ୍କର ଶେଷ ଇଛା ଥିଲା ଗାଁ ରେ ଗୋଟେ ମିନି ଷ୍ଟାଡିୟମ କରିବା ପାଇଁ ଆଉ ସେ ସମିତି ସଭ୍ୟ ହେବା ପରେ ସେ କାମକୁ ବି ସେ ଆରମ୍ଭ କରିଥିଲେ। ତା ସହ ଗ୍ରାମର ଅନେକ ଗୁଡିଏ ଉନ୍ନତି ମୂଳକ କାର୍ଯ୍ୟ କରି ଗାଁ ଲୋକଙ୍କର ଅତି ପ୍ରିୟ ହୋଇଥିଲେ।ଆଉ ଫେରିବେନି ଅଫେରା ବାଟର ବାଟୋଇ। ସାବିତ୍ରୀଙ୍କ ପାଇଁ ଅଫେରା ହୋଇ ରହିଗଲେ ସତ୍ୟବାନ। ତେବେ ଭଗବାନ କରନ୍ତୁ ସିଏ ଯଉଠି ବି ରୁହନ୍ତୁ ଭଲରେ ରୁହନ୍ତୁ ଏବଂ ଏହି ଦୁଃଖଦ ସମୟରେ ଭଗବାନ ତାଙ୍କ ପରିବାରକୁ ଧର୍ଯ୍ୟ ଦିଅନ୍ତୁ।