ରଜ ର ମଉଜ ବେଳେ ମିଳିଲା ଯୁବତୀଙ୍କ ଝୁଲନ୍ତା ମୃତ ଦେହ

ରଜ ର ମଉଜ ବେଳେ ମିଳିଲା ଯୁବତୀଙ୍କ ଝୁଲନ୍ତା ମୃତ ଦେହ 

ରଜ ର ମଉଜ ବେଳେ ମିଳିଲା ଯୁବତୀଙ୍କ ଝୁଲନ୍ତା ମୃତ ଦେହ


୧୫/୦୬/୨୦୨୧,ଭଦ୍ରକ:ଭଦ୍ରକ ଜିଲ୍ଲା ରେ ଦିନକୁ ଦିନ  ଅଚାନକ ମୃତ୍ୟୁ ସଂଖ୍ୟା ବଢିଚାଲିଛି। ରଜ ସକ୍ରାନ୍ତି ରେ ସବୁ ଲୋକ ଖୁସି ମନାଉଥିବା ବେଳେ ଭଦ୍ରକ ରେ ଦେଖିବାକୁ ମିଳିଛି ବଡ଼ ଦୁଃଖଦ ଘଟଣା ସୂଚନା ଅନୁଯାୟୀ  ଭଦ୍ରକ ଟାଉନ ଥାନା ଜାନୁଗଞ୍ଜ ଦୁର୍ଗାମଣ୍ଡପ ସମ୍ମୁଖରେ ଥିବା ଏକ ଭଡା ଘରୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର କରିଛି ଟାଉନ ଥାନା ପୋଲିସ। ସୂଚନା ମୃତକ ଯୁବତୀ ଜଣଙ୍କ ହେଲେ ତିହିଡି ବ୍ଲକ ସିନ୍ଦୋଳ ଗାଁର ସଙ୍ଗୀତ ପୃଷ୍ଟି। ଉକ୍ତ ଭଡା ଘରେ ୩ ଜଣ ରୁମମେଟଙ୍କ ସହ ଦୀର୍ଘ ଦିନ ରହି ଆସୁଥିଲେ ସଙ୍ଗୀତା | ରଜ ପାଇଁ ସମସ୍ତେ ଘରକୁ ପଳାଇ ଯାଇଥିବା ବେଳେ ସଙ୍ଗୀତା ଏକୁଟିଆ ରହୁଥିଲେ | ତେବେ ଓଢଣୀ ଲଗାଇ ଫ୍ୟାନରେ ଝୁଲୁଥିଲା ସଙ୍ଗିତାଙ୍କ ମୃତଦେହ ଉଦ୍ଧାର କରାଯାଇଛି | ଭଦ୍ରକ ଟାଉନ ଏ ନେଇ ଏକ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଆରମ୍ଭ କରିଛି ପୁଲିସ | କୋରନା ମହାମାରୀ ସମସ୍ତ ଙ୍କୁ ଭୟଭୀତ କରିଥିବା ବେଳେ ସଂଗୀତା ଙ୍କ ପରିବାର କୁ ମିଳିଛି ଆଉ ଗୋଟିଏ ଦୁଃଖ ଖବର। ମୃତ୍ୟୁ ର ରହସ୍ୟ ମିଳିନଥିବା ବେଳେ ପୋଲିସ୍ ପହଁଚି ତଦନ୍ତ ଆରମ୍ଭ କରିଛି।
    ଭଦ୍ରକ ରୁ ସମିର ମହାନ୍ତି ଙ୍କ ରିପୋର୍ଟ

Post a Comment

Please Select Embedded Mode To Show The Comment System.*

Previous Post Next Post