ଅବ୍ୟବସ୍ଥାରେ ଚାଲିଛି ଭଦ୍ରକରେ ଟୀକାକରଣ !
୨୬/୦୬/୨୦୨୧ ଭଦ୍ରକ:(ରିପୋର୍ଟ ସମିର ମହାନ୍ତି): ଥମୁନି ଟୀକା କରଣର ଉତେଜନା। ଲୋକ ହେଉଛନ୍ତି ହଟହଟା। ଭଦ୍ରକ ରେ ମହାମାରୀ ରୁ ରକ୍ଷା ପାଇବା ପାଇଁ ଲୋକ ମାନେ ଯେଉଁ ଟୀକା ଉପରେ ନିର୍ଭର କରୁଛନ୍ତି ତାହା ର ପ୍ରଶାସନ ପକ୍ଷରୁ ସଠିକ ସୂଚନା ମିଳୁନାହିଁ ବୋଲି ବାରମ୍ବାର ଅଭିଯୋଗ ଆସୁଛି। ଯାହାଫଳରେ ଲୋକେ ଅନଲାଇନ ଅଫ ଲାଇନ ରେ ଛନ୍ଦି ହୋଇ ନାନାଦି ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ଟୀକା ଦେଉଥିବା କେନ୍ଦ୍ର ରେ ଦେଖିବାକୁ ମିଳୁଛି ଜନ ଅସନ୍ତୋଷ।
ସୂଚନାନୁଯାୟୀ ଭଦ୍ରକ କଲେଜ ସ୍ଥିତ ଟୀକା କେନ୍ଦ୍ରରେ ସକାଳ ଚାରି ଘଟିକାରୁ ବିନା ବୂକିଙ୍ଗ ରେ ଲୋକେ ଧାଡ଼ିରେ ଠିଆ ହେଲା ପରେ ଟୀକା କେନ୍ଦ୍ରର କର୍ମକର୍ତ୍ତା ଆସି ସକାଳ ୧୦ ଘଟିକା ସମୟରେ ଅଫଲାଇନରେ ଠିଆ ହୋଇଥିବା ଲୋକଙ୍କୁ ଫେରାଇ ଦେଇଥିଲେ । ଅଭିଯୋଗ ଆସିଛି କୌଣସି ପ୍ରଚାର ପ୍ରସାର ନକରି ସିଧା ସଳଖ ଫେରାଇ ଦେବା କେତେ ଦୂର ଯୁକ୍ତିଯୁକ୍ତ । ଏଥିପାଇଁ ଦାୟୀ କିଏ ପଚାରିବାରୁ ଆଡିସିନାଲ ତହସିଲଦାର ଗଣମାଧ୍ୟମକୁ କୌଣସି ପ୍ରତିକ୍ରିୟା ଦେଇନଥିବା ବେଳେ ମହାମାରୀ ରୁ ରକ୍ଷା ପାଇବା ପାଇଁ ଭଦ୍ରକ ବସି ଯେଉଁ ଏକାମାତ୍ର ଟୀକା ଉପରେ ଭରସା କରିଥିଲେ ସେମାନେ ଏବେ ହତାଶ୍ ହୋଇ ଘରକୁ ଫେରୁଥିବା ର ଦୃଶ୍ୟମାନ ହେଉଛି। କଥା ଉଠୁଛି ଏହା ଟୀକା ଅଭାବ ର ପରିଣତି ନା ପ୍ରଶାସନ ର ଅପାରଗତା।
Tags:
district news