ଚାଲିଗଲେ ଲାଲା ସାର୍ !
ଦଶପଲ୍ଲା :26/06/2021(ରିପୋର୍ଟ : ରତ୍ନାକର ହୋତା): ଚାଲିଗଲେ ଲାଲା ସାର୍ । ଦଶପଲ୍ଲା ପଶ୍ଚିମାଞ୍ଚଳର ବିଶିଷ୍ଠ ନାଟ୍ୟ ନିର୍ଦ୍ଦେଶକ ତଥା ସ୍ବନାମଧନ୍ୟ କଳାକାର ଦୀପକ କୁମାର ଷଡ଼ଙ୍ଗୀ ( ଲାଲା ସାର୍ ) କଂ ୪୦ ବର୍ଷ ବୟଷ ରେ ଦେହାନ୍ତ ହୋଇଯାଇଛି । ଆଜି ରାତି ୨ ଘଟିକା ସମୟରେ ସେ ଅସୁସ୍ଥ ଅନୁଭବ କରିବାରୁ ତାକୁଂ ସଂଗେ ସଂଗେ ୧୦୮ ଆମ୍ବୁଲାନ୍ସ ଯୋଗେ ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ନିଆଯାଇଥିଲା । ସେଠାରେ ଡାକ୍ତର ତାକୁଂ ମୃତ ଘୋଷଣା କରିଥିଲେ । ଶୋକାକୁଳ ପରିବେଶ ରେ ତାଙ୍କ ମୃତ ଶରୀର କୁ, କୋଭିଡ୍ ନିୟମ ଅନୁସାରେ ,ଶୋଭାଯାତ୍ରାରେ ଶ୍ମଶାନ କୁ ନିଆଯାଇ ଦାହ ସଂସ୍କାର କରାଯାଇଥିଲା ।
ତାଙ୍କର ଏକମାତ୍ର ପୁତ୍ର ରୁଦ୍ର ପ୍ରସାଦ ( ୦୯ ବର୍ଷ ) ମୂଖାଗ୍ନୀ ପ୍ରଦାନ କରିଥିଲେ । ପ୍ରକାଶ ଥାଉକି ଲାଲା ସାର୍ ନୟାଗଡ଼, ବଉଦ୍, କନ୍ଧମାଳ ଓ ଗଂଜାମ ଜିଲ୍ଲାର ଅନେକ ଗ୍ରାମାଞ୍ଚଳରେ ଶତାଧିକ ନାଟକରେ ନିର୍ଦ୍ଦେଶନା ଦେଇ ,ଜଣେ ସଫଳ ନିର୍ଦ୍ଦେଶକ ଭାବରେ ସୁ ପରିଚିତ ହୋଇପାରିଥିଲେ । ତାଙ୍କର ନିଖୁଣ ଅଭିନୟ ଦର୍ଶକ ମାନକୁଂ ମନ୍ତ୍ର ମୁଗ୍ଧ କରିଦେଉଥିବା କହିଛନ୍ତି କିଛି ଯାତ୍ରା ପ୍ରେମୀ । ଲାଲା ସାର୍ ଘରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ହୋଇଥିଲାବେଳେ, ତାକଂ ବିୟୋଗରେ ତାଙ୍କ ଘରର ଆର୍ଥିକ ମେରୁଦଣ୍ଡ ଭାଂଗି ପଡିଛି । ତେଣୁ ସରକାରଙ୍କ ତରଫରୁ ତାଙ୍କ ପରିବାର କୁ ଆର୍ଥିକ ସାହାଯ୍ୟ ପ୍ରଦାନ କରିବାକୁ ସର୍ବସାଧାରଣରେ ଦାବି ହେଉଛି ।
Tags:
Local news