ନୟାଗଡ଼ ଜିଲ୍ଲାରେ ପ୍ରତିଷ୍ଠା ହେଲା ରାଜ୍ୟର ପ୍ରଥମ ଡିଜିଟାଲ ମେଡ଼ିଆ ସାମ୍ବାଦିକ ସଙ୍ଘ !
Ads
ନୟାଗଡ଼ : 11/06/2021(ବ୍ୟୁରୋ): “ମିଡିଆ” ସୂଚନା ପ୍ରସାରଣ କିମ୍ବା ଯୋଗାଯୋଗର ଏକ ପଦ୍ଧତିକୁ ବୁଝାଏ | ତେଣୁ, ସାଧାରଣ ଲୋକଙ୍କ ଦୃଷ୍ଟିରେ, ଡିଜିଟାଲ୍ ମିଡିଆ ଏକ ସ୍କ୍ରିନ୍ ମାଧ୍ୟମରେ ଆମକୁ ପ୍ରସାରିତ ଯେକୌଣସି ପ୍ରକାରର ସୂଚନାକୁ ସୂଚିତ କରେ | ଏହି ସୂଚନା ୱେବସାଇଟ୍ କିମ୍ବା ଆପ , ସଫ୍ଟୱେର୍ ପ୍ୟାକେଜ୍, ଭିଡିଓ ରୁ ଅଧିକ ମିଳିପାରେ |
ଡିଜିଟାଲ୍ ମିଡିଆ ହେଉଛି ୱେବସାଇଟ୍, ଆପ୍, ଇତ୍ୟାଦି ଯାହା ଡିଜିଟାଲ୍ ଉପସ୍ଥିତି ପ୍ରତିଷ୍ଠା କରେ | ଜନସାଧାରଣଙ୍କ ସହିତ ଅଧିକ ପ୍ରଭାବଶାଳୀ ବ୍ୟବସାୟିକ କଥାବାର୍ତ୍ତା ଏବଂ ସରକାରଙ୍କ ସହିତ ଯୋଗାଯୋଗ ପାଇଁ ଡିଜିଟାଲ୍ ମିଡିଆ ଦେଖିବାକୁ ଜନସାଧାରଣ ଚାହୁଁଛନ୍ତି | ଡିଜିଟାଲ୍ ମିଡିଆ ହେଉଛି ଏକ ପରିବର୍ତ୍ତନଶୀଳ ପ୍ରଯୁକ୍ତିବିଦ୍ୟା ଯାହା ସରକାରଙ୍କ ଚେହେରାକୁ ନାଟକୀୟ ଭାବରେ ବଦଳାଉଛି |
ଆମ ଜୀବନରେ ଡିଜିଟାଲ ମିଡିଆ ଏକ ବଡ଼ ଭୂମିକା ଗ୍ରହଣ କରିଥାଏ | ଏହି ଆଧୁନିକ ଯୁଗରେ, ଡିଜିଟାଲ୍ ମିଡିଆ ଆମ ସାଙ୍ଗ ଏବଂ ପରିବାର ସହିତ ଅନେକ ଉପାୟରେ ସଂଯୋଗ କରିବାରେ ସାହାଯ୍ୟ କରେ | ଯୋଗାଯୋଗ ଏବଂ ସୂଚନା ସଂଗ୍ରହ ଆଜିକାଲି ଅଧିକ ପ୍ରଭାବଶାଳୀ ଏବଂ ସହଜ ଅଟେ |
ଡିଜିଟାଲ୍ ମିଡିଆ ସାମାଜିକ କଥାବାର୍ତ୍ତାକୁ ସହଜ କରିଥାଏ ଏବଂ ଲୋକଙ୍କୁ ସଶକ୍ତ କରିଥାଏ | ଡିଜିଟାଲ୍ ମିଡିଆ ଲୋକଙ୍କୁ ଏକ ସ୍ୱର ଦେଇଥାଏ, ନାଗରିକ ଅଂଶଗ୍ରହଣକୁ ବଢ଼ାଇଥାଏ ଏବଂ ସମ୍ପ୍ରଦାୟ ସୃଷ୍ଟି କରିବାରେ ସହଜ କରିଥାଏ |
କାର୍ଯ୍ୟ କିପରି ହୁଏ, ଉତ୍ପାଦନ ବୃଦ୍ଧି ଏବଂ ଶ୍ରମିକ ଏବଂ ନିଯୁକ୍ତିଦାତାଙ୍କ ପାଇଁ ନମନୀୟତା ବଢ଼ାଇବା ପାଇଁ ଡିଜିଟାଲ୍ ମିଡିଆ ପରିବର୍ତ୍ତନ କରୁଛି |
ଏବେ ଖବର ପରିବେଷଣର ଏକ ପ୍ରମୁଖ ମାଧ୍ୟମ ଭାବେ ପ୍ରତିଷ୍ଠିତ ହେଉଛି ଡିଜିଟାଲ ମେଡ଼ିଆ | ଲୋକମାନଙ୍କର ଖବରର ଛବି ଏବେ ମୋବାଇଲ ସ୍କ୍ରିନରେ | ହେଲେ ଏହି ଖବରକୁ ଲୋକମାନଙ୍କ ପାଖରେ ପରିବେଷଣ ପାଇଁ ମୁଖ୍ୟ ଭୂମିକା ହେଉଛି ଡିଜିଟାଲ ମିଡିଆରେ କାମ କରୁଥିବା ସାମ୍ବାଦିକଙ୍କର | ଅଣ ସଂଗଠିତ ଏହି ମିଡ଼ିଆ ଭାଇ ମାନଙ୍କୁ ଏକାଠି କରିବା ଉଦ୍ଦେଶ୍ୟରେ ଆଜି ନୟାଗଡ ଜିଲ୍ଲାରେ ଗଠନ କରା ଯାଇଛି ଏକ ସାମ୍ବାଦିକ ସଙ୍ଘ | ନୟାଗଡର ଡିଜିଟାଲ, ୱେବ ମିଡ଼ିଆ ରିପୋର୍ଟର ମାନଙ୍କୁ ନେଇ ଏହି ନୂତନ ସଂଘ ଜନ୍ମ ନେଇଛି । ଏହାର ନାମ ନୟାଗଡ ଜିଲ୍ଲା ଡିଜିଟାଲ ମିଡ଼ିଆ ରଖାଯାଇଛି । ଆଜି ଏହାର ସ୍ଥାପନା ଦିବାସରେ ନୟାଗଡ଼ ଜିଲ୍ଲାର ୱେବ ମିଡ଼ିଆର ସାମ୍ବାଦିକ ମାନେ ଯୋଗ ଦେଇଥିଲେ। କୋଭିଡ ନିୟମ ମାନି ଏମାନେ ସବୁ ଏକାଠି ହୋଇଥିଲେ । ନୟାଗଡ଼ ବିଧାୟକ ତଥା କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଓ ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ ଓ ଦଶପଲ୍ଲା ବିଧାୟକ ରମେଶ ବେହେରା ଯୋଗ ଦେଇଥିଲେ । ସଂଘର ପରବର୍ତ୍ତୀ କାର୍ଯ୍ୟ ପନ୍ଥା ଓ ଆଗାମୀ ଦିନରେ କିପରି ସଙ୍ଘର କାର୍ଯ୍ୟକ୍ରମକୁ ଆଗକୁ ନେଇ ହେବେ ସେ ନେଇ ଆଲୋଚନା ହୋଇଥିଲା ।
ମୁଖ୍ୟଅତିଥି ଡ. ସାହୁ ତାଙ୍କ ଅଭିଭାଷଣରେ ସମସ୍ତ ଛାପା ଗଣମାଧ୍ୟମ ପ୍ରତିନିଧି, ବୈଦ୍ୟୁତିକ ଗଣମାଧ୍ୟମ ଓ ଡିଜିଟାଲ ୱେବ ମିଡିଆର ସମସ୍ତ ସାମ୍ବାଦିକଙ୍କୁ ସ୍ୱାଗତ କରିଥିଲେ । ସମସ୍ତ ଗଣମାଧ୍ୟମ ପ୍ରତିନିଧି ନିଷ୍ଠାର ସହିତ କାର୍ଯ୍ୟକରିବା ସହ ସଦାସର୍ବଦା ସତ୍ୟ ପଥରେ ଯିବାପାଇଁ ପରାମର୍ଶ ଦେଇଥିଲେ । ସଚ୍ଚୋଟ ସାମ୍ବାଦିକତା କଲେ ଛୋଟ ହେଉ ବା ବଡ଼ ସେମାନେ ହେଉଛନ୍ତି ମହାନ । ନୟାଗଡ଼ ଜିଲ୍ଲାରେ ନୁତନ ଭାବେ ଗଢ଼ି ଉଠିଥିବା ଉକ୍ତ ଅନୁଷ୍ଠାନ ସଦାସର୍ବଦା ଜନ ସାଧାରଣଙ୍କ ସେବାରେ ନିୟୋଜିତ ରହିବା ପାଇଁ ପରାମର୍ଶ ଦେଇଥିଲେ । ଭାରତ ବର୍ଷରେ ଏବେ ଡିଜିଟାଲର ଯୁଗ ଚାଲିଛି ଏହାକୁ ସଠିକ ରାସ୍ତାରେ ପରିଚାଳନା କରିବା ପାଇଁ ପରାମର୍ଶ ଦେବା ସହ କିଛି ଅସାଧୁ ଲୋକଙ୍କ ପାଇଁ ଡିଜିଟାଲରେ କଳଙ୍କ ଲାଗୁଛି । ଅନ୍ୟମାନଙ୍କ ମଧ୍ୟରୁ ରଣପୁର ବିଧାୟକ ସମସ୍ତଙ୍କୁ ସାଧୁବାଦ ଜଣାଇଥିଲେ । ଆଗକୁ ଉକ୍ତ ଅନୁଷ୍ଠାନ ଅତି ଉଚ୍ଚକୋଟିର ହେବା ନିମନ୍ତେ ପରାମର୍ଶ ଦେଇଥିଲେ । ଦଶପଲ୍ଲା ବିଧାୟକ ତାଙ୍କ ଅଭିଭାଷଣରେ ନୟାଗଡ଼ ଜିଲ୍ଲାରେ ଏଭଳି ଅନୁଷ୍ଠାନ ଗଢ଼ି ଉଠିଥିବାରୁ ସମସ୍ତ କର୍ମକର୍ତ୍ତା ଓ ଡିଜିଟାଲ କର୍ମକର୍ତ୍ତାଙ୍କୁ ସାଧୁବାଦ ଜଣାଇଥିଲେ । ଉକ୍ତ ବୈଠକରେ ସମସ୍ତ କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଇଥିଲା । ଉପଦେଷ୍ଟା ଭାବେ ହରିଶ ପ୍ରଧାନ, ସ୍ୱଦେଶ ରଥ, ସଞ୍ଜୟ କୁମାର ସ୍ୱାଇଁ ରହିଥିବାବେଳେ ସଂଯୋଜକ ଭାବେ ଅଭିମନ୍ୟୁ ମହାରଣା ଓ ରବିନ୍ଦ୍ର ପ୍ରଧାନଙ୍କ ନାମ ଘୋଷଣା କରାଯାଇଥିଲା । ସଭାପତି ଭାବେ ଅନୱାର ଅଲ୍ଲୀ, ଉପ ସଭାପତି ଭାବେ ଯଯାତି କେଶରୀ ମହାପାତ୍ର, ସମ୍ପାଦକ ଭାବେ କିଶୋର ମହାପାତ୍ର, ଯୁଗ୍ମ ସମ୍ପାଦକ ଭାବେ ବିଶ୍ଵଭୂଷଣ ମହାପାତ୍ର, କୋଷାଧ୍ୟକ୍ଷ ଭାବେ କୈଳାଶ ଚନ୍ଦ୍ର ଶିଅଙ୍କ ନାମ ଘୋଷଣା କରାଯାଇଥିଲା। କାର୍ଯ୍ୟକାରିଣୀ ସଭ୍ୟଭାବେ ପୁଷ୍ପଲତା ପ୍ରଧାନ, ନିରଞ୍ଜନ ଦାସ, ଜୟନ୍ତ କୁମାର ମିଶ୍ର, ପ୍ରମୋଦ ମହାପାତ୍ର, ଶୁଭାଶିଷ ପଟ୍ଟନାୟକ, କାହ୍ନୁ ଚରଣ ସ୍ୱାଇଁ, ମାନସ କୁମାର ପ୍ରଧାନ ଓ ଆବାହକ ଭାବେ ସମାଜସେବୀ ଗୋଦାବରୀଶ ସାହୁଙ୍କ ନାମ ଘୋଷଣା କରାଯାଇଥିଲା। ଏହି ସଭାକୁ ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ ମଞ୍ଚ ପରିଚାଳନା କରିଥିଲେ।
Tags:
district news