ଦୁର୍ଦ୍ଦିନରେ ପରିବା ଚାଷୀ ! ଆଜି ପର୍ଯ୍ୟନ୍ତ ମିଳିନି ସରକାରୀ ସହାୟତା !
ଦଶପଲ୍ଲା :22/06/2021(ରିପୋର୍ଟ : ରତ୍ନାକର ହୋତା: ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍ ର ହଜାର ହଜାର ଏକର ପଦର ଜମିରେ ଚାଷୀମାନେ ବର୍ଷା ଋତୁରେ ପରିବା ଚାଷ କରିଥାନ୍ତି ।ପ୍ରତିଦିନ ଶହଶହ ଟ୍ରକ୍ ପରିବା ପୁରୀ, କଟକ , ଭୂବନେଶ୍ୱର , ଖୋର୍ଦ୍ଧା ,ବାଲୁଗାଁ ଭଳି ସହରକୁ ରପ୍ତାନୀ ହୋଇଥାଏ । ଏହି ଚାଷୀ ମାନଙ୍କ ମଧ୍ୟରୁ , ଅଧିକାଂଶ ଚାଷୀ ଗରିବ, ଭୂମିହୀନ ଓ ଆଦିବାସୀ, ହରିଜନ ସଂପ୍ରଦାୟର ଅଟନ୍ତି । ଏହି ପନିପରିବା ଚାଷକରି ଏମାନେ ନିଜର ପରିବାର ପ୍ରତିପୋଷଣ କରିଥାନ୍ତି । ଅଧିକାଂଶ ଚାଷୀ କଂର ନିଜସ୍ବ ପଟ୍ଟାଜମି ନଥିବାରୁ , ଏମାନେ ସରକାରୀ ଜମି , ଜଂଗଲ କିଷମ ଜମି କିମ୍ବା ସ୍ଥାନୀୟ ଜମିଦାରଙ୍କ ଠାରୁ କରସୁତ୍ରରେ ଜମିନେଇ ପରିବା ଚାଷ କରିଥାନ୍ତି । ଦୁଃଖ ଓ ପରିତାପର ବିଷୟ , କୃଷି ବିଭାଗ ତରଫରୁ ଏମାନଙ୍କୁ କୈଣଷି ସାହାଯ୍ୟ, ସହଯୋଗ ମଧ୍ୟ ମିଳିନଥାଏ ।ନା ମିଳିଥାଏ ଉନ୍ନତ କିଷମର ମଂଜି , ନା ମିଳିଥାଏ ଜୈବିକ ଓ ରାସାୟନିକ ସାର ଓଷଧ, ତେଣୁ ଏହି ଚାଷୀମାନେ ବାଧ୍ୟହୋଇ ଗାଁ ସାହୁକାର ଠାରୁ ଉଚ୍ଚ ସୂଧରେ ଋଣ ଆଣି ପରିବା ଚାଷ କରିଥାନ୍ତି । ଏ ସମ୍ପର୍କରେ କୃଷି ବିଭାଗ ନିକଟରେ ,ବାରମ୍ବାର ଅଭିଯୋଗ କରିବାପରେ ମଧ୍ୟ କୈଣଷି ସୁଫଳ ମିଳୁନଥିବା, କହିଛନ୍ତି କିଛି ଅଗ୍ରଣୀ ପରିବା ଚାଷୀ ।