ବାଣିଗୋଛା ରେ ବିଶ୍ବ ମ୍ୟାଲେରିଆ ଦିବସ ପାଳିତ !
ବାଣିଗୋଛା ରୁ ସୁବାଷ ଚନ୍ଦ୍ର ବାରିକ କଂ ରିପୋର୍ଟ
ବାଣିଗୋଛା :- ସାରା ବିଶ୍ବରେ ମ୍ୟାଲେରିଆ ତାର ଦବ୍ ଦବା ଜାହିର କରିଥିବା ବେଳେ, ତାର ସଂପୂର୍ଣ୍ଣ ନିରାକରଣ ପାଇଁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ସମେତ ସମସ୍ତ ବିକଶିତ ଓ ବିକାଶଶୀଳ ଦେଶ ମାନେ ତାକଂ ପ୍ରଚେଷ୍ଟା ମଧ୍ୟ ଜାରି ରଖିଛନ୍ତି । ଏହି ରୋଗରେ ପ୍ରତିବର୍ଷ ବହୁ ଲୋକଙ୍କର ଜୀବନ ହାନି ହୋଇଥାଏ ।ସଂକ୍ରମିତ ମାଇ ଆନୋଫିଲିସ୍ ମଶା କାମୁଡିବା ଯୋଗୁଁ ଏହି ରୋଗ ବ୍ୟାପିଥାଏ । ଏହାର ସଂପୂର୍ଣ୍ଣ ନିରାକରଣ ପାଇଁ କେନ୍ଦ୍ର ସରକାରଙ୍କ ଦ୍ବାରା ଜାତୀୟ ମ୍ୟାଲେରିଆ ନିରାକରଣ ଯୋଜନା ମାଧ୍ୟମରେ, ସ୍ବାସ୍ଥ୍ୟ କର୍ମୀ, ଆଶା କର୍ମୀ, ଅଂଗନ ଓ୍ବାଡି କର୍ମୀ କଂ ସହଯୋଗ ରେ ପ୍ରତି ଗ୍ରାମ ଗ୍ରାମରେ ମାଗଣାରେ ରକ୍ତ ପରୀକ୍ଷା କରାଯାଇ, ଆବଶ୍ୟକ ଚିକିତ୍ସା ଓ ମଶାଣି ବଣ୍ଟନ କରାଯାଇ ଥାଏ । ଏହି ମାରାତ୍ମକ ମ୍ୟାଲେରିଆ ରୋଗର ନିରାକରଣ ଓ ସଚେତନତା ସକାଶେ ବିଶ୍ବ ବ୍ୟାପି ବିଶ୍ବ ମ୍ୟାଲେରିଆ ଦିବସ ପାଳନ କରାଯାଇଥାଏ । ଏହି ପରିପ୍ରେକ୍ଷୀରେ ଆଜି ନୟାଗଡ଼ ଜିଲ୍ଲାର ଉପାନ୍ତ ଅଂଚଳ ବାଣିଗୋଛା ସ୍ବାସ୍ଥ୍ୟକେନ୍ଦ୍ର ଠାରେ ବିଶ୍ବ ମ୍ୟାଲେରିଆ ଦିବସ ପାଳନ କରାଯାଇଥିଲା । ଏହି ବୈଠକରେ ବାଣିଗୋଛା ସ୍ବାସ୍ଥ୍ୟକେନ୍ଦ୍ର ର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡା. କାଳୀ ପ୍ରସାଦ ଷଢ଼ଗୀଂ ମ୍ୟାଲେରିଆ ରୋଗ ଉପରେ ପୁଂଖାନୁ ପୁଂଖ ଆଲୋଚନା କରିଥିଲେ । ଫାର୍ମାସିଷ୍ଟ ରବିନାରାୟଣ ବେହେରା ମ୍ୟାଲେରିଆ ରୋଗ ଠାରୁ କିପରି ଦୂରେଇ ରହିବା ଓ କଣ ପ୍ରତଷେଧକ ନେବା ତା ଉପରେ ଗୁରୁତ୍ୱ ଆରୋପ କରିଥିଲେ । ଏ ଏନ୍ ଏମ୍ ସୁନୀତା ମଲ୍ଲିକ , ଆଶା କର୍ମୀ ଓ ଅଂଗନ ଓ୍ବାଡି କର୍ମୀ ମାନଙ୍କୁ , ମ୍ୟାଲେରିଆ ରୋଗ ନିରାକରଣ ରେ ସହାୟତା କରୁଥିବାରୁ ଧନ୍ୟବାଦ ଦେଇଥିଲେ ।
Tags:
Local news